ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ପିଜି ପ୍ରଥମ ବର୍ଷ ଏବଂ ୟୁଜି ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହୋଇଛି। ପିଜିର ପ୍ରଥମ ସେମିଷ୍ଟର ପରୀକ୍ଷା ଜୁନ ୭ରୁ ୧୯ ତାରିଖ ମଧ୍ୟରେ ହେବ। ଜୁଲାଇ ୨୦ ସୁଦ୍ଧା ପିଜି ପ୍ରଥମ ସେମିଷ୍ଟର ପରୀକ୍ଷାଫଳ ପ୍ରକାଶ ପାଇବ। ସେହିପରି ୟୁଜି କୋର୍ସର ତୃତୀୟ ଓ ପଞ୍ଚମ ସେମିଷ୍ଟର ପରୀକ୍ଷା ଏପ୍ରିଲ ୧୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୩୧ରେ ପରୀକ୍ଷାଫଳ ପ୍ରକାଶ ପାଇବ। ଅନ୍ୟପକ୍ଷରେ କ୍ଲାସ ଆରମ୍ଭ ହେବାକୁ ଥିବାରୁ ୮ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲଗୁଡ଼ିକ ଖୋଲାଯାଇଛି। ଶ୍ରେଣୀଗୃହରେ କୋଭିଡ ଗାଇଡ୍ଲାଇନ ଅନୁଯାୟୀ ପାଠପଢ଼ା ଆରମ୍ଭ ହୋଇଛି। ମାସ୍କ ବାଧ୍ୟତାମୂଳକ କରାଯିବା ସହ ଶ୍ରେଣୀଗୃହ, ଲାଇବ୍ରେରି ଓ ପରୀକ୍ଷାଗାରରେ ୬ ଫୁଟର ସାମାଜିକ ଦୂରତା ରଖାଯିବ ବୋଲି ମଙ୍ଗଳବାର ବିଭାଗ ପକ୍ଷରୁ କୁହଯାଇଥିଲା।