Categories: ବାଣିଜ୍ୟ

ବିତ୍ତୀୟ ନିଅଣ୍ଟ ସ୍ତର ୪.୬୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧।୭: ଦେଶର ବିତ୍ତୀୟ ନିଅଣ୍ଟ ପ୍ରଥମ ଦୁଇ ମାସରେ ୪.୬୬ ଲକ୍ଷ କୋଟି ଟଙ୍କା ରହିଛି। ଚଳିତ ଆର୍ଥତ୍କ ବର୍ଷ ବଜେଟ ଧାର୍ଯ୍ୟ ଲକ୍ଷ୍ୟର ଏହା ୫୮.୬%। ଏପ୍ରିଲ ଏବଂ ମେ ମାସରେ ନେଟ୍‌ ଟିକସ ସଂଗ୍ରହ ୩୩,୮୫୦ କୋଟି ଟଙ୍କା ରହିଛି। ଏହି ସମୟରେ ମୋଟ ଖର୍ଚ୍ଚ ୫.୧୨ ଲକ୍ଷ କୋଟି ଟଙ୍କା ରହିଛି। କରୋନା ମୁକାବିଲା ଲାଗି ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବାରୁ ଏଭଳି ସ୍ଥିତି ଉପୁଜିଛି। ୨୦୧୯-୨୦ରେ ଦେଶର ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୪.୬% ରହିଛି। ଏହା ୩.୩% ରହିବ ବୋଲି ଆକଳନ କରାଯାଇଥିଲା। କରୋନା ଯୋଗୁ ଅର୍ଥ ବ୍ୟବସ୍ଥାକୁ କେତେ ପରିମାଣର କ୍ଷତି ପହଞ୍ଚିଛି ତା’ର ଆକଳନ କରିବା ପରେ ଅର୍ଥ ବ୍ୟବସ୍ଥା ଲାଗି ଅଧିକ ସମ୍ବଳ ଆବଶ୍ୟକତା ପଡିପାରେ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

Share