ସମୁଦ୍ରରେ ହ୍ରାସ ପାଉଛି ମତ୍ସ୍ୟ ସମ୍ପଦ

ପାରାଦୀପ,୬ା୪(ସ୍ବ.ପ୍ର.): ଅଣସଙ୍ଗଠିତ କ୍ଷେତ୍ରରେ ସର୍ବାଧିକ ରୋଜଗାର ମାଧ୍ୟମ ଥିବା ମତ୍ସ୍ୟ ଶିଳ୍ପ ଏବେ ବିପଦରେ। କାରଣ ସମୁଦ୍ରରେ ଏବେ ମାଛ ବଂଶ ଲୋପ ପାଇବାରେ ଲାଗିଛି। ଯେଉଁଥିପାଇଁ ସମୁଦ୍ରରେ ମାଛଧରି ପେଟ ପୋଷୁଥିବା ମତ୍ସ୍ୟଜୀବୀ ରୋଜଗାର ବିହୀନ ହେବାରେ ଲାଗିଛନ୍ତି। ଏପରିକି ଅନେକ ମାଛଧରା ବୋଟ୍‌ ଆଉ ସମୁଦ୍ରକୁ ଯାଉନାହିଁ। କେତେଗୋଟି ମାଛଧରା ବନ୍ଦର ପୋତାଶ୍ରୟରେ ଓ ଆଉ କେତେକ ବୋଟ୍‌ ଡ୍ରାଏଡକ୍‌ (ବୋଟ ମରାମତି ହେଉଥିବା ସ୍ଥାନ)ରେ ଅଛି। ପାରାଦୀପ ମାଛଧରା ବନ୍ଦର ପରିସରରେ ଥିବା ୫୫୯ଟି ଚଳନକ୍ଷମ ବୋଟ ମଧ୍ୟରୁ ଏବେ ମାତ୍ର ୧୦ ପ୍ରତିଶତ ବୋଟ୍‌ ସମୁଦ୍ରରେ ମାଛ ଧରିବା ପାଇଁ ଯାଇଛନ୍ତି ବୋଲି ଓମ୍ଫା (ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ)ର ସମ୍ପାଦକ ଅରବିନ୍ଦ ସ୍ବାଇଁ କହିଛନ୍ତି। ଆସନ୍ତା ୧୫ ତାରିଖରୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ବୋଟ୍‌ ୨ମାସ ବନ୍ଦ ରହିବ ବୋଲି ସେ କହିଛନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ ବୋଟ୍‌ ସମୁଦ୍ରକୁ ମାଛ ଧରିବା ପାଇଁ ଯାଉ ନ ଥିବା ପ୍ରସଙ୍ଗରେ ସେ କୁହନ୍ତି, ବର୍ତ୍ତମାନ ପୂର୍ବ ପରି ମାଛ ଉତ୍ପାଦନ ହେଉନାହିଁ। ତେଲ ଦର ବଢିଛି। ଯେତିକି ଖର୍ଚ୍ଚ ହେବ ସେହି ପରିମାଣରେ ମାଛ ଉତ୍ପାଦନ ନ ହେଲେ ମାଲିକମାନଙ୍କର ବିପୁଳ କ୍ଷତି ହେଉଛି। ସେଥିପାଇଁ ମାଲିକମାନେ ଆପଣାଛାଏଁ ବୋଟ୍‌ ବନ୍ଦ କରିଦେଲେଣି। ଦକ୍ଷିଣା ପବନ ଯୋଗୁ ମାଛ ଗଭୀର ଜଳକୁ ପଳାଇଛନ୍ତି ବୋଲି ସାମୁଦ୍ରିକ ମତ୍ସ୍ୟଜୀବୀ ଟି. ବି. ରାମଣା କୁହନ୍ତି।
ଏକଦା ମତ୍ସ୍ୟଜୀବୀ ସମୁଦ୍ରରେ ୧୨ମାସ ମାଛ ଧରୁଥିଲେ। ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ, ବର୍ଦ୍ଧିତ ପ୍ରଦୂଷଣ ଯୋଗୁ ଅନେକ ମାଛବଂଶ ଲୋପ ପାଇଲାଣି ବୋଲି କୁହନ୍ତି ପରିବେଶବିତ୍‌ ଇଂ. ଅମରେଶ ନରେଶ ସାମନ୍ତ। ଅନ୍ୟତମ ପ୍ରମୁଖ କାରଣ ହେଲା ମତ୍ସ୍ୟଜୀବୀମାନେ ଅଧିକ ମାଛ ଧରିବା ପାଇଁ ବିଭିନ୍ନ କୌଶଳ ଯଥା ରିଂ ଜାଲ, ଫାଶୀ ଜାଲ ବ୍ୟବହାର କରୁଛନ୍ତି। ଯାହାଦ୍ୱାରା ମା’ ମାଛ ସହ ଯାଆଁଳ ମଧ୍ୟ ନଷ୍ଟ ହୋଇଯାଉଛନ୍ତି। ଲୋପ ବା ହ୍ରାସ ମାଛ ମଧ୍ୟରେ ଇଲିଶ, ତେଲିଆ ବୋରେଇ, ଟୁନା, କାଉ, କେତେକ ପ୍ରଜାତିର ଚିଙ୍ଗୁଡ଼ି ଆଦି ଅନ୍ତର୍ଭୁକ୍ତ। ନଦୀ ମୁହାଣଗୁଡ଼ିକ ଏବେ ଅଧିକ ଚଳଚଞ୍ଚଳ। ଯେଉଁଥିପାଇଁ ମାଛ ପ୍ରଜନନ, ଅଣ୍ଡାଦାନ ଭଳି ଜୀବନଚକ୍ର ଠିକ୍‌ ଭାବେ କରି ପାରୁନାହାନ୍ତି ବୋଲି କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସେଠୀ କୁହନ୍ତି। ପାରାଦୀପ ମାଛଧରା ବନ୍ଦର ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ୫୦ ହଜାର ଲୋକ ନିର୍ଭରଶୀଳ ବୋଲି ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡା କୁହନ୍ତି। ଓଡ଼ିଶାର କୌଣସି ଶିଳ୍ପ ଏତେ ଲୋକଙ୍କୁ ରୋଜଗାର ଦେଇ ନାହାନ୍ତି। ଏହି ମତ୍ସ୍ୟ ଶିଳ୍ପର ଭବିଷ୍ୟତ ପାଇଁ ସରକାର କେତେକ ପଦକ୍ଷେପ ନେବା ନିହାତି ଜରୁରୀ। ଡିଜେଲ ରିହାତି, ଶୀତଳଭଣ୍ଡାର, କଟକଣା ସମୟରେ ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ରିହାତି ଦରକାର। କାରଣ ଏଥିରୁ ବୈଦେଶିକ ପୁଞ୍ଜି ସରକାର ପାଉଛନ୍ତି। ୨୦୨୨-୨୩ରେ କେବଳ ପାରାଦୀପ ମାଛଧରାବନ୍ଦରରୁ ୨୦୦୬୦୨ ମେଟ୍ରିକ୍‌ ଟନ୍‌ ମାଛ ବିଦେଶକୁ ରପ୍ତାନି ହୋଇଥିବା ସେ କୁହନ୍ତି।
ଅପରପକ୍ଷେ ଗତ ମାର୍ଚ୍ଚ ୩୦ରେ ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଓ ଡାୟରି ମନ୍ତ୍ରଣାଳୟ ଡେପୁଟି କମିଶନର ସଞ୍ଜୟ ପାଣ୍ଡେ ଏକ ସର୍କୁଲାର (ଚିଠି ନଂ. ୩୦୦୩୫) ସମଗ୍ର ଦେଶପାଇଁ ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ମତେ ପୂର୍ବ ଭାରତର ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପୁଡ଼ୁଚେରି, ଆଣ୍ଡାମାନ ନିକୋବର ସମୁଦ୍ର ଉପକୂଳରେ ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ୬୧ ଦିନ ସାମୁଦ୍ରିକ କଟକଣା ଲାଗୁ ହେବ। ସେହିପରି ପଶ୍ଚିମ ଭାରତର ଗୁଜରାଟ, ଡାମନ ଡିୟୁ, କର୍ନାଟକ, ଗୋଆ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଓ ଲାକ୍ଷାଦ୍ୱୀପ ଉପକୂଳ ପାଇଁ ଜୁନ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୬୧ଦିନ କଟକଣା ଜାରି କରାଯିବ। ମାଛବଂଶ ବୃଦ୍ଧି ପାଇଁ ଏହି କଟକଣା ଲାଗୁ ହୋଇଥିବା ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri