ମାଛ ଧରିବାକୁ ଯାଇ ଧୀବର ନିଖୋଜ: ଆଉ ଫେରିଲେନି ତାମ୍ପରା ହଦ୍ରରୁ

ଛତ୍ରପୁର,୩।୧୧(ଡି.ଏନ୍‌.ଏ. ): ମାଛ ଧରିବା ପାଇଁ ଯାଇଥିବା ବେଳେ ଜଣେ ଧୀବର ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ତରେଇପାଟପୁର ଗ୍ରାମରେ। ନିଖୋଜ ଧୀବର ହେଲେ ଉକ୍ତ ଗ୍ରାମର ଗୋପାଳ ବେହେରା। ସୋମବାର ଗୋପାଳ ମାଛ ଧରିବା ପାଇଁ ଡଙ୍ଗା ନେଇ ତାମ୍ପରା ହଦ୍ରକୁ ଯାଇଥିଲେ। ମାତ୍ର ସେ ଆଉ ଘରକୁ ଫେରି ନ ଥିଲେ। ପରେ ବହୁ ଖୋଜାଖୋଜି କରାଯାଇଥିଲେ ବି ତାଙ୍କର ସନ୍ଧାନ ମିଳି ନଥିଲା। ମଙ୍ଗଳବାର ଏ ସମ୍ପର୍କରେ ଛତ୍ରପୁର ଅଗ୍ନିଶମ ବିଭାଗକୁ ଜଣା ଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Share