ବାଲୁଗାଁ,୧୨।୨(ଡି.ଏନ୍.ଏ.): ବାଲୁଗାଁ ଚିଲିକାକୂଳ ନିକଟ ମତ୍ସ୍ୟ ଓ ଜୀବ ପ୍ରଯୁକ୍ତି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପାଚେରିକୁ ବୁଧବାର ବିଳମ୍ବିତ ରାତିିରେ କେହି ଦୁର୍ବୃତ୍ତ ଜେସିବି ମେଶିନ ଦ୍ୱାରା ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଛି। ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧ଟାରେ ୫ଜଣ ଦୁର୍ବୃତ୍ତ ଏକ ଜେସିବି ମେଶିନ ଲଗାଇ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ପାଚେରିକୁ ଭାଙ୍ଗୁଥିଲେ। ଏହି ସମୟରେ କାର୍ଯ୍ୟରତ ରାତ୍ର ଜଗୁଆଳି ସେଠାରେ ପହଞ୍ଚତ୍ ପ୍ରତିବାଦ କରିଥିଲେ। ଦୁର୍ବୃତ୍ତମାନେ ଜଗୁଆଳଙ୍କୁ ଧମକ ଦେବାରୁ ସେ ଭୟଭୀତ ହୋଇ ଘଟଣା ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ। ପାଚେରି ପ୍ରାୟ ୫୦ଫୁଟ ଦୂରତା ପର୍ଯ୍ୟନ୍ତ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ଗୁରୁବାର ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଥାନା ଅଧିକାରୀ ରମାକାନ୍ତ ମହାଲିକ କହିଛନ୍ତି, ଅଭିଯୋଗକୁ ଭିତ୍ତିକରି ତଦନ୍ତ ଜାରି ରହିଛି। ଦୋଷୀଙ୍କ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।