କ୍ଷତି ସହୁଛନ୍ତି ମାଛଚାଷୀ

ବାରିପଦା ଅଫିସ,୨୮ା୭- ମହାମାରୀ କରୋନା ସଂକ୍ରମଣ ସମୟରେ ମୟୂରଭଞ୍ଜ ଜିଲାରେ ମଧୁରଜଳ ମାଛଛାଷ ଜୀବନ ଜୀବକାରେ ସହାୟକ ହୋଇଛି। ତାଲିମପ୍ରାପ୍ତ ଚାଷୀମାନେ ସ୍ବଳ୍ପ ପୁଞ୍ଜି ବିନିଯୋଗରେ ମାଛଚାଷ କରି ବିକଳ୍ପ ରୋଜଗାର ଆପଣାଇ ପାରିଛନ୍ତି । ଆବଶ୍ୟକତା ଭିତ୍ତିରେ ମାଛ ଉତ୍ପାଦନ ହେଉଥିବା ବେଳେ ବିକ୍ରି ପାଇଁ ସ୍ବତନ୍ତ୍ର ବଜାର କିମ୍ବା ଶୀତଳଭଣ୍ଡାର ନ ଥିବାରୁ ଅଳ୍ପ ଦାମରେ ମାଛ ବିକିି ଚାଷୀମାନେ ବିଶେଷ ଲାଭବାନ ହୋଇପାରୁ ନାହାନ୍ତି। ଫଳରେ ମାଛ ଚାଷ ପ୍ରତି ବିମୁଖ ହେଉଥିବା ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଜିଲାରେ ୧୩ହଜାର ୪୪ ମାଛଚାଷୀ ରହିଛନ୍ତି। ମାଛ ଚାଷ ପାଇଁ ୨୪ହଜାର ୩୦୪ଟି ଜଳାଶୟ ରହିଛି। ମୋଟ ୧୦ହଜାର ୬୭୪ ହେକ୍ଟର ଜମିରେ ବାର୍ଷିକ ୩୦ହଜାର ୩୨୧ମେଟ୍ରିକ ଟନ୍‌ ମାଛ ଉତ୍ପାଦନ ହେଉଛି। ସେହିଭଳି ୧୦୨ କୈବର୍ତ୍ତ (ମାଛଧରାଳୀ) ଗ୍ରାମରେ ୨୨୬୧ପରିବାର ଏହି ବୃତ୍ତି ଉପରେ ନିର୍ଭରଶୀଳ ା ୧୭ହଜାର ୫୦୪ ଘରୋଇ ପୋଖରୀ, ୩୬୧ ଏମ୍‌ଜିଏନ୍‌ଆର୍‌ଇଜିଏସ ଜଳାଶୟ, ୩୪୭ କିଚେନପଣ୍ଡ, ୫ହଜାର ୭୪୩ ପଞ୍ଚାୟତ ପୋଖରୀ, ୨୭୬ଟି ଅନ୍ୟାନ୍ୟ ଜଳାଶୟ, ୬୧ଟି ଏମ୍‌ଆଇପିଏସ୍‌ ଜଳଉତ୍ସ ଓ ଜମ୍ଭୀରା, ଖଡ଼ଖାଇ, ନେସା, ନେଦାମ, ବାଙ୍କବଳ, ସୁନେଇ, କାଳ, ପାଉଁଶିଆ, ହଳଦିଆ, ବଡ଼ଯୋଡ଼ ଓ ଦେଓ ଭଳି ୧୨ଟି ଜଳାଶୟରେ ମଧୁର ମାଛଚାଷ କରାଯାଉଛି। ମାଛ ବିକ୍ରି ପାଇଁ ସ୍ବତନ୍ତ୍ର ବଜାର କିମ୍ବା ଶୀତଳ ଭଣ୍ଡାର ନ ଥିବାରୁ ବାଧ୍ୟ ହୋଇ କମ୍‌ ଦାମରେ ବିକ୍ରି କରୁଛନ୍ତି ବୋଲି ହରିପୁର ଗ୍ରାମର ଚାଷୀ ଚିତ୍ତ ରଞ୍ଜନ କାଣ୍ଡ, ଦେବେନ୍ଦ୍ର କାଣ୍ଡ ଓ ବିଶ୍ୱମ୍ବର ପଣ୍ଡିତ ପ୍ରକାଶ କରିଛନ୍ତି। ସେହିପରି ଜିଲାର ବାରିପଦାଠାରେ ଗୋଟିଏ ମାତ୍ର ଶିମିଳିପାଳ ଆକ୍ୱା ଫ୍ରେସ ବିକ୍ରୟ କେନ୍ଦ୍ର ରହିଥିବା ବେଳେ ରାଇରଙ୍ଗପୁର, ଯଶିପୁର, ଶୁକୃଳି, ରରୁଆଁ ଆଦି ଅଞ୍ଚଳର ଚାଷୀମାନେ ଏଠାକୁ ଆଣି ମାଛ ବିକ୍ରି କରିବା ସମ୍ଭବ ହୋଇପାରୁ ନାହିଁ ା ଓମ୍ବାଡ୍ସ ଯୋଜନାରେ ପୂର୍ବରୁ ଜିଲାର ଯଶିପୁର, କୁସୁମୀ ଓ ରାଇରଙ୍ଗପୁର ବ୍ଲକରେ ବାୟୋଫ୍ଲଗ ଓ ପୋଖରୀ ମାଛଚାଷ ପାଇଁ ପୂର୍ଣ୍ଣ ରିହାତି ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଚଳିତବର୍ଷ ଆଉ ୨୩ଟି ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ଜିଲାବାସୀଙ୍କୁ ବାୟୋଫ୍ଲଗ ଓ ପୋଖରୀ ମାଛଚାଷ ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ରିହାତି ଯୋଜନାରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଉଛି। ଏଥି ସହିତ ମୋ ପୋଖରୀ ଯୋଜନା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଚାଷୀଙ୍କୁ ସାମିଲ କରାଯାଉଛି। ସେହିପରି ମହିଳା ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ୬୦ପ୍ରତିଶତ ରିହାତିରେ ମାଛଚାଷ ସହାୟତା ଦିଆଯାଉଛି ା ମାଛ ଉପତ୍ାଦନକୁ ଲକ୍ଷ୍ୟ କରି ସରକାର ବିକ୍ରି ବ୍ୟବସ୍ଥା କରିପାରିଲେ ବହୁ ଚାଷୀ ଅଧିକ ଲାଭବାନ ହୋଇପାରନ୍ତେ। ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରୀଙ୍କ ଦାୟିତ୍ୱରେ ଥିବା ଏଡିଏଫ୍‌ଓ ପ୍ରଦୀପ୍ତ କିଶୋର ଭୂୟାଁ କୁହନ୍ତି, ବଜାର ବ୍ୟବସ୍ଥା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ା ସରକାରୀ ନିର୍ଦ୍ଦେଶ ଆସିଲେ ତୁରନ୍ତ ବିକ୍ରି ବ୍ୟବସ୍ଥା କରାଯିବ। ତେବେ ଜିଲାର ଉଦଳା, ଯଶିପୁର, ରାଇରଙ୍ଗପୁର ଓ ବେତନଟୀଠାରେ ସ୍ବତନ୍ତ୍ର ବଜାର ସୃଷ୍ଟି କରିବାକୁ ପ୍ରତାପପୁର ଗ୍ରାମର ପୁଲିନ କୁମାର ବେହେରା, ବୈଦ୍ୟପୁର ଗ୍ରାମର ବିପ୍ଳବ ଭୂୟାଁ, ପାର୍ଥସାରଥି ପଣ୍ଡା ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୨୫ରୁ ଓଳାଶୁଣୀ ଗୁମ୍ଫା ମେଳା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୨୯ା୧୨(ପ୍ରଦୀପ୍ତ କୁମାର ପୃଷ୍ଟି/ଗିରିଜା ପ୍ରସାଦ ସାହୁ): ଯାଜପୁର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବରେ ପରିଚିତ ଓଳାଶୁଣୀ ଗୁମ୍ଫା ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ପାହାଡ଼...

ସ୍କୁଟିକୁ ଧକ୍କା ଦେଲା ବାଲି ବୋଝେଇ ହାଇଓ୍ବା: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର

ହିଞ୍ଜିଳିକାଟୁ,୨୯ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ୫୯ନଂ ରାଜପଥ ହିଞ୍ଜିଳିକାଟୁ ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ରବିବାର ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ...

ପୋଲିସ ଗାଡିକୁ ପିଟିଲା ଛତିଶଗଡ଼ ଟ୍ରକ୍‌

ଭବାନୀପାଟଣା,୨୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ବୋର୍ଡା ଫାଣ୍ଡି ସାପସିଲେଟ ନିକଟରେ ପୋଲିସ ଗାଡିକୁ ଏକ ଛତିଶଗଡ ଟ୍ରକ ଧକ୍କା...

ଜଙ୍ଗଲରେ ପଡ଼ିରହିଛି ମହିଳାଙ୍କ ମୃତଦେହ

ପଟ୍ଟାଙ୍ଗି,୨୯ା୧୨(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ଘାଟିଗୁଡ଼ା ପଣ୍ଡେଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପଡ଼ିରହିଛି ଜଣେ ମହିଳାଙ୍କ ମୃତଦେହ। ସେପଟେ...

ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି

ପୁରୀ,୨୯ା୧୨(ଅଜିତ କୁମାର ମହାନ୍ତି): ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରବେଶ କରିବା ପରେ ଗୁମୁଟ...

ବୈପାରୀଗୁଡ଼ା ବସ୍‌ ଦୁର୍ଘଟଣାରେ ୯ ଗୁରୁତରଙ୍କୁ କଟକ ସ୍ଥାନାନ୍ତର

କୋରାପୁଟ,୨୯ା୧୨(ଅମିତାଭ ବେହେରା): ରବିବାର ଗୁପ୍ତେଶ୍ୱର ଦର୍ଶନ କରିବା ପାଇଁ କଟକରୁ କୋରାପୁଟ ଆସିଥିବା ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ଗୁରୁତର ୯ ଯାତ୍ରୀଙ୍କୁ ୫ଟି ଆମ୍ବୁଲାନ୍ସ ଯୋଗେ...

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି

ଗୋପାଳପୁର,୨୯ା୧୨(ନବୀନ ରାଜ ଆଚାରୀ): ଖରିଫ ଧାନଫସଲ ଅମଳ ସମୟରେ ଅଦିନିଆ ବର୍ଷାମାଡ଼ରେ ଧାନଫସଲ ନଷ୍ଟ ହୋଇଛି। ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଧାରିତ...

ଘର ଭାଙ୍ଗି ଖାଇଗଲେ ୧୦ ବସ୍ତା ଧାନ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ି ନିକଟରେ ହାତୀପଲ ଜଣେ ଚାଷୀଙ୍କ ଜମିରେ ଥିବା ଘରକୁ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri