Categories: ବାଣିଜ୍ୟ

ଫିଟ୍‌ନେସ୍‌ ଗ୍ୟାରେଜ ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୧୨: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ସ୍ବାସ୍ଥ୍ୟ ପାଇଁ ଅଧିକାଂଶ ଲୋକ ଆବଶ୍ୟକ ସମୟ ଦେଇପାରୁନାହାନ୍ତି। ଏପରିକି ଆବଶ୍ୟକ ପରିଶ୍ରମ ଅଭାବରୁ ଅନେକ ରୋଗ ଓ ମାନସିକ ଚିନ୍ତା ବୃଦ୍ଧି ପାଉଛି। ଉକ୍ତ ସମସ୍ତ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ନିକଟସ୍ଥ ପାହାଳଠାରେ ଏକ ଅତ୍ୟାଧୁନିକ ଜିମ୍‌ ସେଣ୍ଟର ‘ଫିଟ୍‌ନେସ୍‌ ଗ୍ୟାରେଜ’ ସୋମବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜଣାଶୁଣା ବଡି ବିଲ୍‌ଡର ତଥା ଜାତୀୟ ମେଡାଲ ହାସଲକାରୀ ଅନିଲ ଗୋଛିକର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ୍‌ ଅଭିନେତା ଅଂଶୁମାନ ଆରୋରା, ମଣ୍ଟୁ, ରିଷିକ, ରୋନିଙ୍କ ସମେତ ଅଭିନେତ୍ରୀ ଦେବସ୍ମିତା ପଣ୍ଡା, ଅନିଶା, ଏଲିନା, ପ୍ରିୟା ଏବଂ କୋରିଓଗ୍ରାଫର ମଣ୍ଟୁ ଜେନା, ଫିଟ୍‌ନେସ୍‌ କୋଚ ସୁଜିତ ପ୍ରମୁଖ ଉପସ୍ଥିତ ଥିଲେ l
ଏ ସମ୍ପର୍କରେ ଫିଟ୍‌ନେସ୍‌ ଗ୍ୟାରେଜ ସ୍ବତ୍ୱାଧିକାରୀ ତଥା ଓଲିଉଡ୍‌ ଅଭିନେତା ରିଷି କହିଛନ୍ତି, ସ୍ବାସ୍ଥ୍ୟ ଖରାପ ହେବା ପରେ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ ହେଲେ ସ୍ବାସ୍ଥ୍ୟ ପ୍ରତି ଟିକେ ଯତ୍ନବାନ ହେଲେ ଆମେ ସୁସ୍ଥ ରହିଥାନ୍ତି। ଏପରିକି ବ୍ୟସ୍ତ ବହୁଳ ଜୀବନ ଭିତରେ ସ୍ବାସ୍ଥ୍ୟର ଯତ୍ନ କଥା ଆମେ ସମସ୍ତେ ପ୍ରାୟ ଭୁଲିଯାଇଥାଉ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଉକ୍ତ ଜିମ୍‌ରେ ଏକାଧିକ ଅଭିଜ୍ଞ ତାଲିମପ୍ରାପ୍ତ ଶିକ୍ଷକ ଥିବାବେଳେ ଏଠାରେ ସ୍ବାସ୍ଥ୍ୟକର ଖାଦ୍ୟ ମଧ୍ୟ ଉପଲବ୍ଧ। ଅପରପକ୍ଷରେ ଅତ୍ୟାଧୁନିକ ଉପକରଣ ସହିତ ଏକ ବ୍ୟୟବହୁଳ ଜିମ୍‌ର ପରିକଳ୍ପନା ସହ ସାର୍ବଜନୀନ ସ୍ବାସ୍ଥ୍ୟର ଉନ୍ନତି ପାଇଁ ଅଭିନେତା ରିଷିଙ୍କର ସ୍ବପ୍ନ ବାସ୍ତବରେ ପରିଣତ ହୋଇଛି।

Share