Categories: ବାଣିଜ୍ୟ

ବଜାରରେ ନିଶାନ ମାଗ୍‌ନାଇଟ୍‌ ଇଜେଡ୍‌-ଶିଫ୍ଟ ଏଏମ୍‌ଟି

ଭୁବନେଶ୍ୱର, ୧୮।୧୧: ନିଶାନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରିମିୟମ ଏସ୍‌ୟୁଭି ‘ଅଲ୍‌ ନ୍ୟୁ ନିଶାନ ମାଗ୍‌ନାଇଟ୍‌ ଇଜେଡ୍‌ ଶିଫ୍ଟ ଏଏମ୍‌ଟିର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଶାନ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ଡିଲର ଜାହ୍ନବୀ ନିଶାନର ପାହାଳ ୟୁନିଟ୍‌ ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଜାହ୍ନବୀ ନିଶାନର ଏମ୍‌ଡି ଅମିତ ଜୟସ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାହ୍ନବୀ ନିଶାନର ଜେନେରାଲ ମ୍ୟାନେଜର (ସେଲ୍‌ସ ଆଣ୍ଡ ଅପରେଶନ) ସୁସ୍ମିତା ପଟ୍ଟନାୟକଙ୍କ ସମେତ ଜାହ୍ନବୀ ନିଶାନର ସେଲ୍‌ସ ମ୍ୟାନେଜର ଅଭିଜିତ ରୟ, ଟିମ୍‌ ଲିଡର ବିନୟ ଜେନା ଏବଂ ସର୍ଭିସ୍‌ ମ୍ୟାନେଜର ପ୍ରକାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଦି ଅଲ୍‌ ନ୍ୟୁ ମାଗ୍‌ନାଇଟ୍‌ ଇଜେଡ୍‌ ଶିଫ୍ଟରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହିତ ପ୍ରମୁଖ କି ଫିଚରଗୁଡିକ ସାମିଲ ରହିଛି। ସେହିଭଳି ଶକ୍ତିଶାଳୀ ବିଏସ୍‌୬ ଇଞ୍ଜିନ ଏବଂ ବୃହତ୍‌ ତେଲ ଟାଙ୍କି ଓ ସ୍ପେସ୍‌ ଉପଲବ୍ଧ। ବିଶେଷକରି ୫ସିଟର ବିଶିଷ୍ଟ ଏହି ପ୍ରିମିୟମ ଏସ୍‌ୟୁଭିରେ ଅନେକ ବୈଷୟିକ ଫିଚର ଓ ଆକର୍ଷଣୀୟ ଡିଜାଇନ ଗାଡ଼ିର ଡିମାଣ୍ଡକୁ ଦ୍ୱିଗୁଣିତ କରିଛି। ଏପରିକି ଆକର୍ଷଣୀୟ କଲର (ରଙ୍ଗ) ଓ ସେଫ୍ଟି ଫିଚର ଯୋଗୁ ଉକ୍ତ ମଡେଲ ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଛି ବୋଲି ଜାହ୍ନବୀ ନିଶାନ ପକ୍ଷରୁ କୁହାଯାଇଛି।

Share