Categories: ଫୁରସତ

୭୫ ବର୍ଷ ହେବ ଲଗାତର ଜଳୁଛି ଏହି ଦୋକାନର ଚୁଲି

ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଛି। ପ୍ରାୟତଃ ଏହିପରି ଅନେକ ଦୋକାନ ଦେଖିପାରିବେ, ଯାହା ଗୋଟିଏ ପିଢିରୁ ଅନ୍ୟ ପିଢିକୁ ଚାଲିଆସୁଛି। ରାଜସ୍ଥାନର ଏମିତି ଏକ ଦୋକାନ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ପଛର କାରଣ ହେଉଛି ଦୋକାନ ମାଲିକଙ୍କ ଦ୍ୱାରା କରାଯାଇଥିବା ଦାବି। ୧୯୪୯ରୁ ଏହି ଦୋକାନରେ ଚୁଲି ନିଆଁ ଲଗାତର ଭାବରେ ଜଳୁଥିବା ଦାବି କରାଯାଉଛି।
ଏହି ଦୋକାନ ରାଜସ୍ଥାନର ଯୋଧପୁରରେ ଅଛି। ଦୋକାନର ମାଲିକ ଦାବି କରିଛନ୍ତି ଯେ, ଏହି ଦୋକାନରେ ଥିବା ଚୁଲି ଖୋଲିବା ଦିନଠାରୁ ବନ୍ଦ ହୋଇନାହିଁ। ଦୁଗ୍ଧ ଗରମ କରିବା ପାଇଁ ବ୍ୟବହୃତ ଏହି ଚୁଲି ୧୯୪୯ ପରଠାରୁ ଜଳୁଛି। ଦୋକାନ ମାଲିକଙ୍କ ଏହି ଦାବି ଶୁଣିବା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି।
ଦୋକାନ ମାଲିକ ଭିପୁଲ ନିକୁବ କୁହନ୍ତି, ମୋ ଜେଜେବାପା ଏହାକୁ ୧୯୪୯ରେ ଆରମ୍ଭ କରିଥିଲେ। ୧୯୪୯ ପରଠାରୁ ଦୋକାନର ଚୁଲି ସବୁବେଳେ ଜଳୁଛି। ଦୋକାନ ପ୍ରତିଦିନ ୨୨ରୁ ୨୪ ଘଣ୍ଟା ଖୋଲା ରୁହେ। ଚୁଲିରେ କୋଇଲା ଏବଂ କାଠ ଜଳାହୁଏ। ଏକ ପାତ୍ରରେ ପରମ୍ପରିକ ଭାବରେ କ୍ଷୀର ଗରମ କରାଯାଏ। ଏହା ଏକ ପୁରାତନ ପଦ୍ଧତି। ଏମିତି ପ୍ରାୟ ୭୫ ବର୍ଷ ହେବ ଚାଲିଛି। ଆମେ ଆମର ତୃତୀୟ ପିଢି ଭାବେ କାର୍ଯ୍ୟ କରୁଛୁ।

Share