ମେ’ ୧ରୁ ଭୁବନେଶ୍ୱରରୁ ପାଟଣା ଉଡ଼ିବ ବିମାନ

ଭୁବନେଶ୍ୱର, ୧୩।୨(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପାଟଣାକୁ ମେ’ ପହିଲାରୁ ବିମାନ ଚଳାଚଳ ଆରମ୍ଭ ହେବ। ଘରୋଇ ବିମାନ ସେବା କମ୍ପାନୀ ଇଣ୍ଡିଗୋ ଏହି ସେବା ପ୍ରଦାନ କରିବ। ଇଣ୍ଡିଗୋ ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ଘୋଷଣା କରିଥିବାବେଳେ ଏଥିମଧ୍ୟରେ ଭୁବନେଶ୍ବର-ପାଟଣା ରୁଟ୍‌ ରହିଛି। ଏଥିପାଇଁ ବିମାନ ଚଳାଚଳ ସମୟସାରଣୀ ମଧ୍ୟ ଘୋଷଣା କରାଯାଇଛି। ମିଳିଥିବା ସୂଚନାନୁଯାୟୀ, ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରୁ ରାତି ୧୦ଟା ୪୫ରେ ଉଡ଼ାଣ କରି ରାତି ୧୨ଟା ୪୫ରେ ପାଟଣାରେ ପହଞ୍ଚତ୍ବ। ତେବେ ଭୁବନେଶ୍ୱରରୁ ପାଟଣା ଯାତ୍ରୀ ଭଡ଼ା ୩,୮୧୧ ରଖାଯାଇଥିବାବେଳେ ପାଟଣାରୁ ଭୁବନେଶ୍ୱର ୩,୫୮୦ ଟଙ୍କା ରଖାଯାଇଛି। ଅନ୍ୟ ରୁଟ୍‌ଗୁଡ଼ିକ ହେଲେ ଅଗରତାଲା-ଆଇଜଲ, ଜୟପୁର-ବଡ଼ୋଦରା, ଚେନ୍ନାଇ-ବଡ଼ୋଦରା, ବେଙ୍ଗାଲୁରୁ-ଶିରିଡ଼ି, ପାଟଣା-କୋଚି, ରାଜମହେନ୍ଦ୍ରୀ-ତିରୁପତି, କୋଲକାତା-ଗୟା, କୋଚି-ତ୍ରିଭେନ୍ଦ୍ରମ, ଜୟପୁର-ସୁରଟ, ଚେନ୍ନାଇ-ସୁରଟ ଇତ୍ୟାଦି ରହିଛି। ଭୁବନେଶ୍ୱର-ପାଟଣାକୁ ଛାଡ଼ି ଅନ୍ୟ ସମସ୍ତ ରୁଟ୍‌ରେ ବିମାନ ଚଳାଚଳ ମାର୍ଚ୍ଚ ୨୮ରୁ ଆରମ୍ଭ ହେବ।

Share