Categories: ଜାତୀୟ

ଜଣେ ଯାତ୍ରୀ ଏମିତି କ’ଣ କହିଲେ ବାତିଲ ହୋଇଗଲା ଉଡ଼ାଣ

ନୂଆଦିଲ୍ଲୀ,୫।୩: ଶୁକ୍ରବାର ଇଣ୍ଡିଗୋ ବିମାନ ୬ଇ-୨୮୬ ଦିଲ୍ଲୀରୁ ଯାତ୍ରୀଙ୍କୁ ଧରି ପୁଣେ ଅଭିମୁଖେ ବାହାରିଥିଲା। ଠିକ୍‌ ବିମାନ ଉଡାଣ ବେଳେ ଯାତ୍ରୀ ଜଣକ କୋଭିଡ୍‌-୧୯ ପଜିଟିଭ ଥିବା ଘୋଷଣା କରି କର୍ମଚାରୀଙ୍କୁ ରିପୋର୍ଟ ଦେଖାଇଥିଲେ। ଏନେଇ ବିମାନରେ କିଛି ସମୟ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପାଇଲଟ କଣ୍ଟ୍ରୋଲ ରୁମ୍‌କୁ ଘଟଣା ସଂକ୍ରାନ୍ତରେ ଜଣାଇବା ସହ ବିମାନ ଉଡାଣକୁ କିଛି ସମୟ ସ୍ଥଗିତ କରିବାକୁ ଜଣାଇଥିଲେ। ଏପରିକି ବିମାନଙ୍କୁ ପାର୍କିଂ ସ୍ଥଳକୁ ନେଇଥିଲେ। ପରେ ଯାତ୍ରୀ ଜଣଙ୍କୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ବିମାନ ଉଡାଣ ପୂର୍ବରୁ ସିଟଗୁଡିକ ସାନିଟାଇଜ୍‌ କରାଯିବା ସହ ସିଟ୍‌ କଭର ବଦଳାଯାଇଥିଲା। ଯାତ୍ରୀମାନେ ବିମାନର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବା ପାଇଁ ଅପେକ୍ଷା କରିଥିଲେ। ସେମାନଙ୍କୁ ପିପିଏ କିଟ୍‌ ପିନ୍ଧିବା ପାଇଁ ଦିଆଯାଇଥିଲା। ଇଣ୍ଡିଗୋର ଏଭଳି ଉଦ୍ୟମକୁ ଯାତ୍ରୀମାନେ ପ୍ରଶଂସା କରିଥିଲେ।

Share