Categories: ବାଣିଜ୍ୟ

ଉଡ଼ାଣ ବାତିଲ୍‌ କରିବ ଇଜି ଜେଟ୍‌

ନୂଆଦିଲ୍ଲୀ,୨୯।୫: ବର୍ତ୍ତମାନ ସମୟରେ ଦେଖାଦେଇଥିବା ପ୍ରତିବନ୍ଧକ କାରଣରୁ ସ୍ବଳ୍ପ ମୂଲ୍ୟଯୁକ୍ତ ଇଜିଜେଟ୍‌ ଏୟାରଲାଇନ୍‌ ପକ୍ଷରୁ ଆସନ୍ତା ୧୦ ଦିନ ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ବିମାନ ବାତିଲ୍‌ କରିବ ବୋଲି ସୂଚନା ମିଳିଛି। ଅନେକ ବ୍ରିଟିଶ୍‌ ବିମାନ ବନ୍ଦରରେ ପର୍ଯ୍ୟାପ୍ତ ପରିମାଣରେ ଗ୍ରାଉଣ୍ଡ୍‌ ଷ୍ଟାଫ୍‌ ନିଯୁକ୍ତି ପାଇଁ ସଂଘର୍ଷ ଚାଲିଥିବା ବେଳେ ଇଡି ଜେଟ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି(ଆଇଟି) ସମ୍ପର୍କିତ ସମସ୍ୟା ସହିତ ଲଢୁଛି। ଇଜିଜେଟ୍‌ ପକ୍ଷରୁ ବର୍ତ୍ତମାନ କିଛି ଏ୩୧୯ ବିମାନରୁ ୬ଟି ସିଟ୍‌ ହଟାଇ ଦିଆଯାଇଛି। ଯାହାଦ୍ୱାରା ଜଣେ ଚାଳକଙ୍କ ଆବଶ୍ୟକତା କମିଯିବ। ଏୟାରଲାଇନ୍‌ର ସୂଚନା ଅନୁସାରେ ଆଇଟି ସମ୍ପର୍କିତ ଅସୁବିଧା କାରଣରୁ ଏହା ମେ’ ୨୮ରୁ ଜୁନ୍‌ ୬ ମଧ୍ୟରେ ୨୪ଟି ଫ୍ଲାଇଟ୍‌ ଉଡ଼ାଣ ବାତିଲ୍‌ କରିବ।

Share