୨୯ରୁ ଭୁବନେଶ୍ୱରରୁ ଗୁଆହାଟୀକୁ ଉଡ଼ିବ ବିମାନ

ଭୁବନେଶ୍ୱର,୧୮ା୧୦(ଅସମାପିକା ସାହୁ)
ଭୁବନେଶ୍ୱରରୁ ଗୁହାହାଟୀକୁ ଆସନ୍ତା ୨୯ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ। ଇଣ୍ଡିଗୋ ଏୟାରଲାଇନ୍ସ ପ୍ରତିଦିନ ଭୁବନେଶ୍ୱର-ଗୁହାହାଟୀ ମଧ୍ୟରେ ବିମାନ ଚଳାଚଳ କରାଇବ। ଭୁବନେଶ୍ୱରରୁ ଗୁହାହାଟୀ ମାତ୍ର ଦେଢ଼ଘଣ୍ଟା ଲାଗିବ। ପ୍ରତିଦିନ ଏହା ଅପରାହ୍ନ ୧ଟା ୨୫ରୁ ଭୁବନେଶ୍ୱରରୁ ଛାଡ଼ିବ ଓ ୨ଟା ୫୫ରେ ଗୁହାହାଟୀରେ ପହଞ୍ଚିବ। ସେହିପରି ଏହା ଗୁହାହାଟୀରୁ ଅପରାହ୍ନ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚତ୍ବ। ଏହି ବିମାନସେବା ଆରମ୍ଭ ହେଲେ ଆକାଶମାର୍ଗରେ ଓଡ଼ିଶା ଉତ୍ତର-ପୂର୍ବାଞ୍ଚଳ ସହ ଯୋଡ଼ିହେବ। ଫଳରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ଯାତାୟାତ ସମୟ କମିବ। ଏଠାରେ ଉଲ୍ଲେଖଯୋଗ୍ୟ, ୨୧ତମ ସ୍ଥାନ ଭାବେ ଭୁବନେଶ୍ୱରରୁ ଗୁହାହାଟୀକୁ ବିମାନ ଚଳାଚଳ କରିବ। ଆଗାମୀ ଦିନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜମ୍ମୁ, ଚଣ୍ଡିଗଡ଼ ଓ ସୁରଟକୁ ବିମାନ ଚଳାଚଳ ପାଇଁ ଯୋଜନା ରହିଥିବା ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

Share