Advertisement

ଭାସିଲା ରାଜଧାନୀ

ଭୁବନେଶ୍ୱର,୩୧ା୭: ସୋମବାର ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ରାଜଧାନୀ ଭାସିଛି। କିଛି ଘଣ୍ଟା ଧଣି ବର୍ଷା ହେବାରୁ ଭୁବନେଶ୍ୱରର ଅବସ୍ଥା ବେହାଲ ହୋଇପଡ଼ିଛି। ଜୁଆଡ଼େ ଚାହିଁଲେ ଖାଲି ପାଣି ପାଣି। ଫଳରେ ରାସ୍ତାରେ ଲୋକେ ଯିବାଆସିବା ପାଇଁ ଭୟ କରୁଛନ୍ତି। ଜାଗମରା, ଇସ୍କନ ସମ୍ମୁଖ, ଲକ୍ଷ୍ମୀସାଗର, ରସୁଲଗଡ଼ ନୟାପଲ୍ଲୀ, ସତ୍ୟନଗର ଆଦି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି। ଯାହାକୁ ନେଇ ରାଜଧାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି ସୂଚନାନୁସାରେ, ମଙ୍ଗଳବାର ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

ସେହିପରି ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share