ବନ୍ୟାଜଳ ଧୋଇନେଲା ଚାଷୀଙ୍କ ବର୍ଷକ ଆହାର

ମହାକାଳପଡ଼ା,୨୪ା୮(ଡି.ଏନ୍‌.ଏ.): ମହାନଦୀର ଚଳିତ ବନ୍ୟାଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଚାଷୀଙ୍କ ମୁହଁରୁ ବର୍ଷକର ଆହାର ଛଡ଼ାଇ ନେଇଛି। ଚାଷୀମାନଙ୍କ ଖରିଫ ଧାନ ଫସଲ ବନ୍ୟାଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଚାଷୀମାନଙ୍କୁ କେମିତି ବର୍ଷେ ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତା ଘାରିଛି। ସପ୍ତାହେରୁ ଅଧିକ ହେବ ବନ୍ୟାଜଳ ଜମିରେ ଲହଡ଼ି ମାରୁଛି। ଚାଷୀମାନଙ୍କ ଅନ୍ୟ ଚାଷର ବିକଳ୍ପ ନାହିଁ। କେବଳ ଖରିଫ ଧାନ ଫସଲ ଉପରେ ସେମାନେ ନିର୍ଭର କରିଥା’ନ୍ତି। ଭାଦ୍ରବ ମାସ ଅଧା ହୋଇଥିବା ବେଳେ ଚାଷବାସ କରିବା ସମୟ ଗଡ଼ିଗଲାଣି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ଫସଲ ଉଜୁଡ଼ି ଯିବା ପରେ ଅଞ୍ଚଳର ବହୁ ଚାଷୀ, ଯୁବକ ବାଧ୍ୟ ହୋଇ କାମ କରିବାକୁ ରାଜ୍ୟ ବାହାରକୁ ଚାଲିଯିବା ପାଇଁ ସଜବାଜ ହେଲେଣି ବୋଲି ସ୍ଥାନୀୟ ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ, ଅଭୟ ରାଉତ, ବିଜୟ ସ୍ବାଇଁ, ଯଶବନ୍ତ ବେହେରା, ବୋଧିରାମ ଦେବନାଥ ପ୍ରମୁଖ କହିଛନ୍ତି।
ଅପରପକ୍ଷରେ ଏହି ଅଞ୍ଚଳର ଚାଷୀମାନଙ୍କ ଜୀବନରେଖା କୁହାଯାଉଥିବା ମହାନଦୀ ଶାଖା ଗୁପ୍ତଗିରି ନଦୀକୁ ସଂଯୋଗ କରୁଥିବା ଆଖଡ଼ାସାହିଠାରେ ସ୍ଲୁଇସ୍‌ ଗେଟ୍‌ ୧୯୯୫/୯୬ ମସିହାରେ ନିର୍ମାଣ ହୋଇଥିଲା। ଏହି ସ୍ଲୁଇସ୍‌ ଗେଟ ବୈଷୟିକ ଜ୍ଞାନକୌଶଳରେ ତ୍ରୁଟି ଓ ନିମ୍ନମାନର ନିର୍ମାଣ ଯୋଗୁ ୨୦୦୧/୨୦୦୨ରେ ଭୁଶୁଡି ପଡ଼ିଥିଲା। ସେହିଦିନଠାରୁ ଏହି ଭଙ୍ଗା ସ୍ଲୁଇସ ଗେଟ ଦେଇ ମହାନଦୀ ବନ୍ୟାଜଳ ରାମନଗର, ପେଟ୍‌ଛେଲା, ବଉଳକଣି, ବରକନ୍ଧା, ମଙ୍ଗଳପୁର ଓ ବାରଡ଼ାଙ୍ଗ ପଞ୍ଚାୟତର ଶତାଧିକ ହେକ୍ଟର ଚାଷଜମିରେ ଧାନ ଫସଲ ନଷ୍ଟ କରୁଛି। ଏହି ଅଞ୍ଚଳର ଚାଷଜମି ଉପରେ ୨ ଫୁଟ୍‌ ବନ୍ୟାଜଳ ଏବେବି ରହିଛି। ଏହି ଅଞ୍ଚଳର ଚାଷୀମାନଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ନୂଆ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ମହାନଦୀ ସଂଲଗ୍ନ ଆଖଡ଼ାସାହିଠାରେ ବନ୍ୟା ଓ ଉଦ୍‌ବୃତ୍ତ ବର୍ଷା ଜଳ ନିଷ୍କାସନ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ୧୩ା୫ା୨୦୧୩ରେ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ନୂଆ ସ୍ଲୁଇସ୍‌ ଗେଟର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୧୮/୧୯ ମସିହାରେ ସମ୍ପୂର୍ଣ୍ଣ ଶେଷ ହୋଇଥିଲା। ହେଲେ ଉଭୟପାର୍ଶ୍ୱରେ ଘରୋଇ ଜମି ଅଧିଗ୍ରହଣ କରିବାରେ ସମସ୍ୟା ଦେଖାଦେଇଛି। ପ୍ରକଳ୍ପ ପାଇଁ ଘରୋଇ ଜମି ଅଧିଗ୍ରହଣ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୪ ବର୍ଷ ହେଲା ଶେଷ ହୋଇଥିଲେ ହେଁ କାମରେ ଲାଗୁନାହିଁ। ତୁରନ୍ତ ଆଖଡ଼ାସାହି ସ୍ଲୁଇସ୍‌ ଗେଟ୍‌ଟିର ଉଭୟ ପାର୍ଶ୍ୱରେ ଜମି ଅଧିଗ୍ରହଣ କରା ନ ଯାଏ, ତେବେ ପ୍ରତିବର୍ଷ ଧାନ ଫସଲ ଉଜୁଡ଼ିବ ବୋଲି ଚାଷୀ ବୀରବର ସ୍ବାଇଁ, ସୁବାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଆଳିସ୍ଥିତ ନଦୀ ତଟବନ୍ଧ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ କୁମାର ଦାଶଙ୍କୁ ପଚାରିବାରେ ଆଖଡ଼ାସାହିଠାରେ ନୂଆ ସ୍ଲୁଇସ୍‌ ଗେଟ୍‌ ସ୍ଥାନ ପରିଦର୍ଶନ କରିଛୁ। ଜମି ଅଧିଗ୍ରହଣ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri