ବନ୍ୟା ଉଜାଡ଼ିଛି ୫୪ ହଜାର ହେକ୍ଟର ଫସଲ

କେନ୍ଦ୍ରାପଡ଼ା ଅଫିସ,୪।୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଚଳିତ ବନ୍ୟା ପୂର୍ବରୁ ଲଘୁଚାପ ବର୍ଷା ହୋଇଥିଲା। କ୍ଷେତରୁ ବର୍ଷା ଜଳ ନିଷ୍କାସିତ ହୋଇ ନ ଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟା ଆସିଥିଲା। ବର୍ଷାଋତୁ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଗତ ଏପ୍ରିଲରେ ଅନୁଷ୍ଠିତ ଜିଲା ପ୍ରଶାସନିକ ବୈଠକରେ ସୂଚନା ଦିଆଯାଇଥିଲା। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଚଳିତ ବନ୍ୟା ଚାଷୀଙ୍କ ଭାତହାଣ୍ଡି ଉଜାଡି ଦେଇଥିବା ବେଳେ ଧନଜୀବନ ଉପରେ ପ୍ରଭାବ ପକାଇଛି। ଏହି ବନ୍ୟାରେ ଜିଲାର ୮୧ ପଞ୍ଚାୟତର ୩୭୭ଟି ଗ୍ରାମ ପ୍ରଭାବିତ ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୭ଟି ୱାର୍ଡବାସୀ ଦୀର୍ଘଦିନ ଧରି ବନ୍ୟା ଘେରରେ ରହିଛନ୍ତି। ଜିଲାର ୫,୦୭,୫୯୫ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେହିପରି ଆଳି ଓ ରାଜକନିକା ବ୍ଲକରେ ଦୁଇଟି ଜୀବନ ନେଇଛି। ଜିଲାର ୩୮.୧୯ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ନଦୀର ୫ଟି ସ୍ଥାନରେ ବନ୍ଧ ଭାଙ୍ଗିଥିବା ବେଳେ ୭୩ଟି ସ୍ଥାନରେ ଘଳିଆ ପଡିଛି। ୭ ସ୍ଥାନରେ କଲଭର୍ଟ ଓ ୧୫୨ଟି ନଳକୂପ ପ୍ଲାଟ୍‌ଫର୍ମ ଭାଙ୍ଗିଯାଇଛି। ଏଥିସହ ଏହି ବନ୍ୟା ଜଳ ୫୪,୦୫୦ ହେକ୍ଟର ଜମିରେ ମାଡିଯାଇ ଫସଲ ନଷ୍ଟ କରିଛି। ଏଥିମଧ୍ୟରୁ ୩୬,୭୪୫ ହେକ୍ଟର ଜମିରେ ଥିବା ଫସଲ ୩୩ ପ୍ରତିଶତରୁ ଅଧିକ ନଷ୍ଟ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩,୫୧୬ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଜିଲାର ୧୮,୨୩୫ଟି ଘର ବନ୍ୟା ନଷ୍ଟ କରିଛି। ୪୫ଟି କଚାଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ୫୮ଟି ଘର ସଜାଡିବା ଅବସ୍ଥାରେ ନାହିଁ। ୧୩,୨୪୬ଟି ଘର ଆଂଶିକ ଭାଙ୍ଗିଛି। ୯୧୩ଟି କୁଡିଆ ଓ ୩,୮୩୪ ଗୁହାଳ ସହ ଘର ଭାଙ୍ଗିଛି। ଯାହାର ଆନୁମାନିକ ମୂଲ୍ୟ ୬୦୯.୫୬ ଲକ୍ଷ ହେବ। ଏହି ବନ୍ୟାରେ ୫୧,୯୦୧ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ ଏଥିମଧ୍ୟରୁ ୫ଟି ପଶୁଙ୍କ ଜୀବନ ଯାଇଛି।
ସେହିପରି ଜିଲାର ୭୦ ମାଛ ପୋଖରୀ ଓ ୬୮ଟି ଯାଆଁଳ କେନ୍ଦ୍ର ପ୍ରଭାବିତ ହୋଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ଚଳିତ ବନ୍ୟାରେ ୪,୭୬୦.୮୬ ଲକ୍ଷ ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ଓ ୮,୮୯୦.୨୧ ଲକ୍ଷ ଟଙ୍କର ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ପ୍ରତାପ ଚନ୍ଦ୍ର ପାଢ଼ୀ, ପ୍ରମୋଦ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, ଜିଲା ବିକାଶ ଯୋଜନାରେ ବନ୍ୟା ନିରାକରଣକୁ ଗୁରୁତ୍ୱ ଦିଆଯାଉନାହିଁ। ପ୍ରତିବର୍ଷ ବନ୍ୟା ଆସି ଜିଲାର ଧନଜୀବନ ନଷ୍ଟ କରୁଛି। ବେଣୀପୁର ଘାଇକୁ ବିଭାଗ ପକ୍ଷରୁ ୬ କୋଟି ଟଙ୍କାରେ ୨୦୧୯ରେ ସୁଦୃଢ଼ୀକରଣ କରାଯାଇଥିଲା। ତେବେ ବିରୂପା ନଦୀରେ ସାମାନ୍ୟ ଜଳପତ୍ତନରେ ଘାଇ ହେଲା। ସେହିପରି ଦୁର୍ବଳ ନଦୀବନ୍ଧ ଚିହ୍ନଟ ଓ ମରାମତିକୁ ଅଣଦେଖା କରାଯାଇଛି। ଉପାନ୍ତ ଅଞ୍ଚଳରେ ନଦୀବନ୍ଧ ଯୋଜନା ନ ଥିବାରୁ ବନ୍ୟା ଜଳ ମାଡି ଆସୁଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଜିଲା ଜରୁରିକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥୀ କହିଛନ୍ତି, ବନ୍ୟା ମୁକାବିଲା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ୩୩,୬୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୦୧ଟି କେନ୍ଦ୍ରରେ ୫ ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟା ଅଞ୍ଚଳରେ ରାଶନ ସାମଗ୍ରୀ ଓ ଅର୍ଥ ପ୍ରଦାନ କରାଯାଇଛି। ୨,୨୫,୪୦୬ ଲୋକଙ୍କୁ ଚୁଡା, ଗୁଡ ଓ ଅନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ସେହିପରି ୧,୦୬୭ଟି ନଳକୂପ, ୧,୦୦୫ଟି କୂଅକୁ ବିଶୋଧିତ କରାଯାଇଛି। ୮ଟି ମେଡିକାଲ ଟିମ୍‌ ସ୍ବାସ୍ଥ୍ୟସେବାରେ ନିୟୋଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣା: ଦୋଷୀଙ୍କୁ ୨୦ବର୍ଷ ଜେଲ୍‌

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ୮୦ବର୍ଷୀୟ ବୃଦ୍ଧାଙ୍କ ବଳାତ୍କାର ଦୋଷୀଙ୍କୁ ହୋଇଛି ୨୦ବର୍ଷ ଜେଲ । ୨୦୨୨ରେ କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣାରେ...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ

କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ...

ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ପୋଖରା ଗ୍ରାମବାସୀ, ସୋଲାର ପମ୍ପ ଟ୍ୟାଙ୍କ ଦାରା ପାନୀୟ ଜଳ ଯୋଗାଣ ପାଇଁ ଦାବି

ଥୁଆମୂଳ ରାମପୁର,୧୬।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ପଞ୍ଚାୟତ ସ୍ଥିତ ପୋଖରା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ...

ରାସ୍ତାକଡ଼ ପାଉଁଶରେ ପଡି ଶିଶୁ ମୃତ୍ୟୁ ଘଟଣା: ଗିରଫ ହେଲେ ରାଇସ୍ ମିଲ୍ ମାଲିକ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ରାଇସ ମିଲରୁ ନିଷ୍କାସିତ ଉତ୍ତପ୍ତ ପାଊଁଶ ଗୁଣ୍ଡରେ ପଡି ବଇପୁର ଗ୍ରାମରାଜଣେ...

କିନ୍ନରଙ୍କ ସନ୍ଦେହଜନକ ମୃତ୍ୟୁ: ଜେଲ ଗଲେ ପୁରୁଷବନ୍ଧୁ, ଥାନା ଘେରାଉ କଲେ କିନ୍ନର ସଂଘ  

ଦିଗପହଣ୍ଡି,୧୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ଶନିବାର ସକାଳେ ଦିଗପହଣ୍ଡି ସ୍ଥିତ ମା’ ଗୌରୀ...

ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୨୧ ପ୍ଲଟ୍‌, ବିପୁଳ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୬।୪: ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘର ତଲାସୀ ସମୟରେ ୨୧ ଟି ମୂଲ୍ୟବାନ ପ୍ଲଟ୍, ୩୨୬...

ପୋଲ କାମ ବେଳେ ପଥର ବିସ୍ଫୋରଣ, ଚାଲିଗଲା ଶ୍ରମିକଙ୍କ ଜୀବନ

ବେଲଗୁଣ୍ଠା,୧୬ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଜାଲଖାଇ ବ୍ରିଜ୍‌ କାମ ବେଳେ ପଥର ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image