ହିରିମୂଳୁରେ ପଶିଲା ବନ୍ୟାଜଳ

ନିରାକାରପୁର,୧୮ା୯(ମାନସ ଚନ୍ଦ୍ର ପଟ୍ଟନାୟକ): ହୀରାକୁଦ ଜଳସ୍ତର ବଢ଼ିବା ଯୋଗୁ ବନ୍ୟାଜଳ ନିଷ୍କାସନ ପାଇଁ ୨୬ଟି ଗେଟ୍‌ ଖୋଲାଯାଇଛି। ଏହାର ପ୍ରଭାବରେ ଖୋର୍ଦ୍ଧା ଜିଲା ଓରବରସିଂହ ପଞ୍ଚାୟତର ହିରିମୂଳୁ ଗାଁ ଭିତରେ ଏହି ବନ୍ୟାଜଳ ପଶିଯିବାରୁ ଗ୍ରାମଟି ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗାଁ ଭିତରେ ପାଣି ପଶିଯିବା ସହିତ ଗାଁ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ଯାହା ଫଳରେ ଗ୍ରାମବାସୀ ଗାଁରୁ ବାହାରକୁ ବାହାରି ପଡ଼ିବା ମୁସ୍କିଲ ହୋଇପଡ଼ିଛି। ଗତ ଅଗଷ୍ଟ ମାସରେ ମଧ୍ୟ ଉପର ମୁଣ୍ଡରେ ପାଣି ହେବା ଯୋଗୁ ତଳ ମୁଣ୍ଡରେ ଥିବା ରାଜୁଆ, ଦୟା, ମକରା ନଦୀରେ ବନ୍ୟା ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ଉକ୍ତ ଗ୍ରାମରେ ବନ୍ୟାଜଳ ପଶି ଲୋକେ ହଇରାଣ ହରକତ ହୋଇଥିବା ମନରୁ ଲିଭି ନ ଥିବା ବେଳେ ପୁଣି ଏକ ବନ୍ୟା ଆସିଛି।

Share