Posted inଫୁରସତ

ଓଲଟା ବହୁଛି ଝରଣା

ସୁଉଚ୍ଚ ପାହାଡ ଉପରୁ ଝରଣା ତଳକୁ ପ୍ରବାହିତ ହୋଇଥାଏ। ପୃଥିବୀର ମାଧ୍ୟାକର୍ଷଣ ବଳ ପ୍ରଭାବରେ ଝରଣାଗୁଡିକ ଏଭଳି ଭାବେ ପ୍ରବାହିତ ହୁଏ। କିନ୍ତୁ ମହାରାଷ୍ଟ୍ରର ନାନେଘାଟ ଝରଣା ପ୍ରକୃତିର ଏହି ନିୟମର ଓଲଟା ପ୍ରବାହିତ ହୁଏ। ଅର୍ଥାତ୍‌ ଏହା ଉପରୁ ତଳକୁ ନୁହେଁ ବରଂ ତଳୁ ଉପରକୁ ପ୍ରବାହିତ ହୋଇଥାଏ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ଆଉ ପ୍ରକୃତିର ଏଭଳି ଅଦ୍ଭୁତ ଓ ରହସ୍ୟମୟ ଦୃଶ୍ୟ ଦେଖିବାକୁ ଏଠାରେ ପର୍ଯ୍ୟଟକଙ୍କର ସବୁବେଳେ ଭିଡ ହୁଏ। ଉକ୍ତ ଝରଣା ପୁନାର ଜୁନ୍ନାର ନିକଟରେ ଅଛି। ବର୍ଷାଦିନେ ଏହି ଝରଣାର ଦୃଶ୍ୟ ଆହୁରି ଅଧିକ ଅଦ୍ଭୁତ ଲାଗେ। ତେବେ ବୈଜ୍ଞାନିକଙ୍କ ମତରେ, ଝରଣାଟି ଓଲଟା ପ୍ରବାହିତ ହେବା ପଛର କାରଣ ହେଉଛି ଏଠାରେ ପ୍ରବାହିତ ହେଉଥିବା ପ୍ରବଳ ବେଗର ପବନ। ପବନର ବଳ ସାହାଯ୍ୟରେ ଝରଣାର ପାଣି ଠେଲି ହୋଇ ଓଲଟା ପ୍ରବାହିତ ହୁଏ। ଆଉ ଏହି ଦୃଶ୍ୟକୁ ଉପଭୋଗ କରିବାକୁ ହେଲେ ପର୍ଯ୍ୟଟକଙ୍କୁ ପ୍ରାୟ ୫-୬ ଘଣ୍ଟାର ରାସ୍ତା ଟ୍ରେକିଂ କରିବାକୁ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ସପ୍ତାହରେ ଦୃଶ୍ୟମାନ ହେବ ସବୁଠୁ ବଡ଼ ସୂର୍ଯ୍ୟ, ଏହି ୪ ରାଶିର ଆସିବ ଭଲ ସମୟ

ଜାନୁଆରୀର ନୂଆ ସପ୍ତାହ ଆରମ୍ଭ ହୋଇଯାଇଛି। ଏହା ୧୩ ରୁ ୧୯ ଜାନୁଆରୀ ରହିବ। ଏହି ସପ୍ତାହରେ ମକର ସଂକ୍ରାନ୍ତି ମଧ୍ୟ ରହୁଛି। ନୂଆ ସପ୍ତାହରେ...

ଦୁବାଇରେ କେତେ ହିନ୍ଦୁ ରୁହନ୍ତି? ଉତ୍ତର ଜାଣିଲେ ଚକିତ ହେବେ…

ଦୁବାଇ ନାମ ତ ଆପଣ ସମସ୍ତେ ନିଶ୍ଚୟ ଶୁଣିଥିବେ। ଏହାକୁ ଧନୀମାନଙ୍କର ସହର ବୋଲି କୁହାଯାଏ। ୟୁଏଇର ଏହି ରାଜଧାନୀ ବ୍ୟବସାୟ ଏବଂ ପର୍ଯ୍ୟଟନର ପ୍ରମୁଖ...

ରାଷ୍ଟ୍ର ନିର୍ମାଣ ଲାଗି ଯୁବ ସଶକ୍ତୀକରଣ ଜରୁରୀ

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ମନେ ପକାଇବା ପାଇଁ ସାରା ଦେଶରେ ପ୍ରତିବର୍ଷ ଜାନୁଆରୀ ୧୨କୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ବିବେକାନନ୍ଦଙ୍କ ଚିନ୍ତାଧାରା,...

ଜେଲ ନୁହେଁ ନର୍କ! ଆମେରିକାର ଏହି ଜେଲ୍‌କୁ ଯିବାକୁ ଭୟ କରନ୍ତି କଏଦୀ, ମିଳେ କଳାପାଣିଠାରୁ ଅଧିକ ଦଣ୍ଡ

ଦୁନିଆରେ ଏଭଳି କିଛି ଜେଲ ଅଛି, ଯାହାର କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ସେଥିରୁ ଗୋଟିଏ ଜେଲ ଆମେରିକା କ୍ୟୁବାର ଗ୍ବାନ୍ତାନାମୋ ବେରେ...

National Youth Day 2025: ସ୍ବାମୀ ବିବେକାନନ୍ଦ ଜୟନ୍ତୀକୁ କାହିଁକି ଜାତୀୟ ଯୁବ ଦିବସ ଭାବେ କରାଯାଏ ପାଳନ, ଜାଣନ୍ତୁ ଏହାର ମହତ୍ୱ, ଇତିହାସ

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ମନେ ପକାଇବା ପାଇଁ ସାରା ଦେଶରେ ପ୍ରତିବର୍ଷ ଜାନୁଆରୀ ୧୨କୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ବିବେକାନନ୍ଦଙ୍କ ଚିନ୍ତାଧାରା,...

ପାଇଥିଲି ରକ୍ତରେ ଲିଖିତ ପ୍ରେମପତ୍ର

ମୁମ୍ବାଇ: ବିଗତ ଦିନରେ ଚଳଚ୍ଚିତ୍ର ନାୟିକାଙ୍କ ଲାଗି ପ୍ରଶଂସକ ପାଗଳପ୍ରାୟ ଥିଲେ। ଫିଲ୍ମର ଚରିତ୍ର ଭଲ ଲାଗିଲେ ବେଶ୍‌ କିଛି ବର୍ଷ ଯାଏ କଳାକାରଙ୍କୁ ମନେ...

ପିଲା ଜନ୍ମକଲେ ୨୫ରୁ କମ୍‌ ବୟସ୍କାଙ୍କୁ ଲକ୍ଷେ ରୁବଲ

ମସ୍କୋ: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍‌ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ...

କିଏ ସେହି ବ୍ୟକ୍ତି ଯିଏ ପ୍ରଧାନମନ୍ତ୍ରୀଙ୍କୁ ତୁ ବୋଲି ସମ୍ବୋଧନ କରନ୍ତି, ମୋଦି କହିଲେ ଏବେ ଏମିତି ମୋତେ ଡାକିବାକୁ କେହି…

ନୂଆଦିଲ୍ଲୀ,୧୦ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପଡ୍‌କାଷ୍ଟରେ ତାଙ୍କ ପିଲାଦିନ ଏବଂ ପିଲାଦିନର ବନ୍ଧୁମାନଙ୍କ ବିଷୟରେ କିଛି କଥା ଶେୟାର କରିଛନ୍ତି। ସେ କହିଛନ୍ତି, ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri