କୋଭିଡ୍‌ ନିୟମ ନମାନି ଭୋଜି, ସଙ୍ଗରୋଧ କେନ୍ଦ୍ରରେ ବଣ୍ଟାହେଲା ଖାଦ୍ୟ

ଦିଗପହଣ୍ଡି,୧ା୭(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କୋଟିନଡା ପଞ୍ଚାୟତ ସିଦ୍ଧଖଣ୍ଡି ଗ୍ରାମରେ ମଙ୍ଗଳବାର ସରକାରଙ୍କ କୋଭିଡ-୧୯ ନିୟମ ଉଲ୍ଲଂଘନ କରି ବିବାହ ଭୋଜି ଚାଲିଥିବାବେଳେ ତହସିଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢାଉ କରିଥିଲା। ହଣ୍ଡାହାଣ୍ଡି ଜବତ କରିବା ସହ ଜବତ ରନ୍ଧାଖାଦ୍ୟ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରାୟ ୧୮୦ ଅନ୍ତେବାସୀଙ୍କୁ ଦିଆଯାଇଥିଲା। ସେହିପରି ଭୀଷ୍ମଗିରି ଗ୍ରାମ ଗୋପବନ୍ଧୁ ନଗରରେ ବାହାଘର ଭୋଜି ଚାଲିଥିବାବେଳେ ସ୍ଥାନୀୟ ପୋଲିସ ଚଢ଼ାଉ କରି ସମସ୍ତ ରନ୍ଧାଖାଦ୍ୟ ଜବତ କରିଥିଲା। ସରପଞ୍ଚ ପିତାମ୍ବର ଗୌଡଙ୍କ ଉପସ୍ଥିତିରେ ଜବତ ଖାଦ୍ୟ ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି।

Share