Advertisement
Categories: ଖେଳ

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ବିଦେଶୀ କ୍ରିକେଟର୍‌

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର କେଭିନ ପିଟରସେନ ଦକ୍ଷିଣ ଆଫ୍ରିକାକୁ କରୋନା ଭ୍ୟାକ୍ସିନ ପଠାଇବାରେ ଭାରତର ପଦକ୍ଷେପକୁ ‘ଉଦାରତା ଏବଂ ଦୟା’ ବୋଲି କହିଛନ୍ତି। ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଭାରତରେ ନିର୍ମିତ କୋଭିଡ -୧୯ ଟିକା ଆଲଜେରିଆ ଏବଂ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛି । ଏହି ଦୁଇ ଦେଶ ବ୍ୟତୀତ ଭାରତ ଏପର୍ଯ୍ୟନ୍ତ ଭୁଟାନ, ମାଲଦ୍ୱୀପ, ବାଂଲାଦେଶ, ବ୍ରାଜିଲ ଏବଂ ନେପାଳ ସମେତ ଅନ୍ୟ ଦେଶକୁ କୋଭିଡ -୧୯ ଟିକା ଯୋଗାଇ ଦେଇଛି। ଦକ୍ଷିଣ ଆଫ୍ରିକାକୁ କୋଭିଡ -୧୯ ଟିକା ପ୍ରଦାନ କରିଥିବାରୁ ପିଟରସନ ପିଏମ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। କେଭିନ ପିଟରସେନ ଟୁଇଟ୍‌ କରି କହିଛନ୍ତି ଯେ ଭାରତର ଉଦାରତା ଏବଂ ଦୟା ଦିନକୁ ଦିନ ବୃଦ୍ଧି ପାଉଛି। ମୁଁ ଏହି ଦେଶକୁ ଭଲ ପାଏ। ପିଟରସନ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ ଇଂଲଣ୍ଡରେ ରହ ଖେଳିଥିଲେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ବିଶ୍ୱକୁ ଏକ ପରିବାର ଭାବରେ ବିବେଚନା କରେ ଏବଂ ମହାମାରୀ ବିରୋଧରେ ଲଢେଇରେ ନିଜ ଭୂମିକା ନିର୍ବାହ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel