Categories: ଜାତୀୟ

୫ ଦିନିଆ ଇସ୍ରାଏଲ ଗସ୍ତରେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୧୦: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାରଠାରୁ ୫ ଦିନିଆ ଇସ୍ରାଏଲ ଗସ୍ତରେ ଯାଉଛନ୍ତି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ବୈଦେଶିକ ମନ୍ତ୍ରୀ ୟାଇର୍‌ ଲାପିଡ୍‌ଙ୍କ ନିମନ୍ତ୍ରଣ କ୍ରମେ ସେ ଇସ୍ରାଏଲ ଗସ୍ତରେ ଯାଉଥିବା ସୂଚନା ମିଳିଛି। ବୈଦେଶିକ ମନ୍ତ୍ରୀ ହେବା ପରେ ଜୟଶଙ୍କରଙ୍କର ଏହା ପ୍ରଥମ ଇସ୍ରାଏଲ ଗସ୍ତ। ସେଠାରେ ସେ ଇସ୍ରାଏଲ ରାଷ୍ଟ୍ରପତି ଓ ବାଚସ୍ପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରିବେ।

୨୦୧୭ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇଛି। ଉଭୟ ଦେଶ ନବୀକରଣ ଓ ଗବେଷଣା ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଆଦି କ୍ଷେତ୍ରରେ ମିଳିତ ଉଦ୍ୟୋଗରେ କାର୍ଯ୍ୟ କରୁଛନ୍ତି।

Share