ମିଳିଥିବା ଅସ୍ଥିର କରାଯିବ ଫରେନସିକ ଯାଞ୍ଚ

ବଲାଙ୍ଗୀର ଅଫିସ,୧୯।୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡଧରଣର ଖୁଲାସା ହୋଇଛି । କଳାହାଣ୍ଡି ଜିଲା ମହାଲିଙ୍ଗ ଗ୍ରାମ ନିର୍ମାଣାଧୀନ ମିନି ଷ୍ଟାଡିୟମ ପଡିଆ ଖୋଳା ଯିବା ପରେ ମଙ୍ଗଳବାର ସେଠାରୁ କିଛି ଖଣ୍ଡ ହାଡ଼, ପାଉଁଜି, ଏକ ସୁନାଚେନ୍‌ ଓ ଏକ ବ୍ୟାଗ ମିଳିଛି । ଏହି ହାଡ଼ କାହାର, ନିଖୋଜ ସ୍ମିତା ମେହେରଙ୍କ କି ନାହିଁ ତାହାର ଯାଞ୍ଚ ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି ସମ୍ବଲପୁର ଡିଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି । ଫେରାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ ବୋଲି ସେ କହିଛନ୍ତି । ତେବେ ତଦନ୍ତ ଅଭିଯାନକୁ ଜୋରଦାର କରାଯାଇଛି ବୋଲି ସେ କହିଛନ୍ତି ।

Share