ହାତୀ ମୃତ୍ୟୁକୁ ମାନିଲା ବନବିଭାଗ, ୩ ଅଟକ

ବଣାଇ,୧୯ା୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ତଥା ବଣାଇ ବନାଞ୍ଚଳ ଅନ୍ତର୍ଗତ ତେଣ୍ଡରା ଖସଡ଼ା ଜଙ୍ଗଲରେ ଗୁରୁବାର ଘଟିଥିବା ଏକ ଦନ୍ତାହାତୀର ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ବନବିଭାଗ, ପରିଶେଷରେ ଏହି ଦନ୍ତାର ମୃତ୍ୟୁ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ହୋଇଥିବା ବ୍ୟବଚ୍ଛେଦରୁ ସ୍ପଷ୍ଟ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ବାଭାବିକ ମୃତ୍ୟୁ ଘଟିଛି ବୋଲି ଘଟଣାକୁ ଏଡ଼ାଇବାକୁ ଚେଷ୍ଟା କରୁଥିବା ବନବିଭାଗ ରାତି ତମାମ ଚଢ଼ାଉ କରି ଏହି ଘଟଣାରେ ସମ୍ପୃକ୍ତ ତିନି ଜଣ ଦଶହରା ଭୂୟାଁ, ନିରଞ୍ଜନ ସାହୁ, ଝଗଡ଼ୁ ଭୂୟାଁଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସମ୍ପୃକ୍ତ ବ୍ୟକ୍ତିମାନେ ବଣାଇ ଥାନା ଅନ୍ତର୍ଗତ ତେଣ୍ଡରା ଗ୍ରାମର ହୋଇଥିବା ବେଳେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହେବା ଘଟଣା ନେଇ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

Share