କେନ୍ଦୁଝର,୧୨।୫(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଯୋଗିମଠ ଗ୍ରାମ ନିକଟରେ ଏକ ବଣୁଆ ଭାଲୁ ଗ୍ରାମାଞ୍ଚଳକୁ ଚାଲି ଆସିବା ଫଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଶୁକ୍ରବାର ସକାଳ ୭ଟା ସମୟରେ ଜଡିପଦା ଜଙ୍ଗଲରୁ ଗୋବର୍ଦ୍ଧନ ଦେଇ ଭାଲୁଟି ଆସୁଥିଲା। ଲୋକମାନେ ଭାଲୁଟିକୁ ଘଉଡାଇବାରୁ ପଥଭ୍ରଷ୍ଟ ହୋଇ ବିଲ ଦେଇ ଯୋଗୀମଠ ସେଣ୍ଟ୍ରାଲ ନର୍ସରୀ ଭିତରକୁ ପଶିଯାଇଥିଲା। ସେଠାରୁ ଲୋକମାନେ ଘଉଡାଇବାରୁ ନର୍ସରୀରୁ ବାହାରକୁ ପଳାଇଥିଲା। ପରେ ପୁଣି ଜଙ୍ଗଲକୁ ଯିବାବେଳେ ଚେଷ୍ଟା କରିବାବେଳେ ଲୋକମାନେ ଘଉଡାଇବାରୁ ପୁଣି ନର୍ସରୀକୁ ପଶି ଆସିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚିି ଭାଲୁଟିକୁ ନର୍ସରୀରେ ସୁରକ୍ଷା ଦେଉଛନ୍ତି। ରାତି ହେଲେ ଭାଲୁ ନିକଟସ୍ଥ ଜଡିପଦା କିମ୍ବା ନୟାଗଡ ସଂରକ୍ଷିତ ଜଙ୍ଗଲକୁ ପଳାଇ ଯିବ ବୋଲି ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି ା ଖାଦ୍ୟ ଅଭାବ ଏବଂ ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟଜନ୍ତୁ ଗ୍ରାମାଞ୍ଚଳ ମୁହାଁ ହେଉଥିବାବେଳେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଦିନବେଳା ବନ୍ୟଜନ୍ତୁୁମାନେ ଜଙ୍ଗଲକୁ ଯାଇ ନ ପାରି ଗାଁ ଆଖପାଖର ଅଟକି ରହୁଛନ୍ତି। ଏ ନେଇ ଲୋକଙ୍କୁ ସଚେତନତା କରି ସେମାନଙ୍କ ସୁରକ୍ଷା କରିବାକୁ ଦାବି ହେଉଛି।