ପୋଖରୀରୁ କୁନି ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନବିଭାଗ

ବାରିପଦା,୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ରେଂଜ ଅଞ୍ଚଳର ଏକ ପୋଖରୀ ଭିତରୁ ହାତୀ ଛୁଆର ମୃତଦେହକୁ ବନବିଭାଗ ଉଦ୍ଧାର କରିଛି। ତିନି-ଚାରି ଦିନ ପୁର୍ବରୁ ହାତୀ ଶାବକର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ନାଫ୍ରି ପଞ୍ଚାୟତ ଝିଙ୍କପାହାଡି ଗ୍ରାମରେ ମୃତଦେହ ମିଳିଛି। କିଛି ଦିନ ହେବ ତିରିଶ ଟିକିଆ ହାତୀପଲ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ପୋଖରୀକୁ ଯାଇଥିବାବେଳେ ଭାସମାନ ଅବସ୍ଥାରେ ହାତୀଛୁଆର ମୃତଦେହ ଦେଖିବାକୁ ପାଇଥିଲେ। ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀଛୁଆର ବୟସ ଦୁଇ-ତିନି ମାସ ହେବ ବୋଲି ଆକଳନ କରାଯାଉଛି। ବ୍ୟବଚ୍ଛେଦ ପରେ ମୃତର ପ୍ରକୃତ କାରଣ ଜଣାପଡ଼ିବ। ସେପଟେ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲାରେ ବନ୍ୟପ୍ରାଣୀ ସପ୍ତାହ ପାଳିତ ହେଉଥିବାବେଳେ ବନ୍ୟଜନ୍ତୁର ସୁରକ୍ଷାକୁ ନେଇ ଆଶଙ୍କା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷକଙ୍କ ନାମରେ ପୁଣି ଅନାସ୍ଥା ଆଣିଲେ ସମିତିସଭ୍ୟ,ସରପଞ୍ଚ

ଭବାନୀପାଟଣା/ଥୁଆମୁଳ ରାମପୁର, ୮।୧୦(ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଅଧ୍ୟକ୍ଷଙ୍କ ନାମରେ ପୁଣି ଅନାସ୍ଥା ଅଭିଯୋଗ ଆସିଛି। ଗତ...

ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ ଛୋଟ ଛୋଟ ଉଠା ଦୋକାନୀ

ବାଲିଗୁଡା,୮।୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ସମଗ୍ର କନ୍ଧମାଳ ଜିଲାର ଦଶହରା ମାର୍କେଟରେ...

ପିଲାମାନଙ୍କ ବୌଦ୍ଧିକ ବିକାଶରେ ଜେଜେ ମା’-ବାପାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

କେସିଙ୍ଗା ତା୮.୧୦(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କେନ୍ଦୁପଡାସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲରେ ଅଧ୍ୟକ୍ଷା ଅର୍ଚ୍ଚନା ଅଗ୍ରୱାଲଙ୍କ ନେତୃତ୍ୱରେ ସ୍କୁଲର ସଭାଗୃହରେ ଜେଜେ ମା’-ଜେଜେ ବାପା...

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

କେନ୍ଦୁଝର,୮।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଟଖଳି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ଗ୍ରାମ ନିକଟକୁ...

କାତ୍ୟାୟନୀ ବେଶରେ ମା’ ସମଲେଶ୍ବରୀ: ଜାଣନ୍ତୁ କେମିତି ମାନସିକ ପୂରଣ ସହିତ ପାଇବେ ଶୁଭଫଳ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ମଙ୍ଗଳବାର ମା’ ସମଲେଶ୍ବରୀ କାତ୍ୟାୟନୀ ବେଶରେ ଦର୍ଶନ...

ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ: ଆସିଲା ବଡ଼ ରାୟ

କଳାହାଣ୍ଡି,୮।୧୦: କଳାହାଣ୍ଡି ଜିଲା ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଉପରେ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ଖାଲି ପଡ଼ିଥିବା ସମିତି ସଭ୍ୟ...

ପୋଲ ଉପରେ ଓଲଟି ପଡିଲା କାର୍‌: ଦମ୍ପତି ଗୁରୁତର

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ନଦୀ ପୋଲ ଉପରେ...

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୮।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଗୋପିନାଥପୁର ଫାର୍ମ ସାହିରେ ୨୦୨୧ରେ ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜି ଜିଲା ଦୌରଜଜ ଅଶୋକ କୁମାର ପଣ୍ଡା ଦୋଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri