ଘରୁ ମୟୁର ଜବତ କଲା ବନ ବିଭାଗ

ଭବାନୀପାଟଣା,୧୫।୪: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ କର୍ମଚାରୀ ଗୁରୁବାର କଲମପୁର ଅଞ୍ଚଳର ସନ୍ତୋଷ ଅଗ୍ରୱାଲଙ୍କ ଘରେ ଚଢାଉ କରି ଏକ ମୟୁର ଉଦ୍ଧାର କରାଯାଇଛି। ସନ୍ତୋଷ ମୟରୁକୁ ଘରେ ରଖିଥିବା ନେଇ ବନବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଫରେଷ୍ଟ ଆକ୍ଟ ଅନୁଯାୟୀ ବନ୍ୟ ପଶୁ ଓ ପକ୍ଷୀଙ୍କୁ ଘରେ ପାଳିବା ଆଇନତଃ ଅପରାଧ ହୋଇଥିବାରୁ ସନ୍ତୋଷଙ୍କୁ ବନବିଭାଗ ଅଟକ ରଖି ପଚରାଉଚୁରା କରୁଛି। ଉଦ୍ଧାର ମୟୁରକୁ ଥୁଆମୁଳ ରାମପୁରସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇଛି। ଚଢାଉରେ ବନବିଭାଗ ଡେପୁଟି ରେଞ୍ଜର ଆତ୍ମାରାମ ମହାନନ୍ଦ, କଲମପୁର ଫରେଷ୍ଟର ଭୁନେଶ୍ୱର ବେହେରାଙ୍କ ସମେତ ଅନ୍ୟ ବନ କର୍ମଚାରୀ ସାମିଲ ଥିଲେ।

Share