Categories: ଜାତୀୟ

୪ ଦିନ ହେଲା ଜଳୁଛି ଜଙ୍ଗଲ

ଚେନ୍ନାଇ,୧୩ା୩: ତାମିଲନାଡୁର ଡିଣ୍ଡିଗୁଲ ଜିଲାର ପେରୁମାଲ ପାହାଡ଼ିଆ ଜଙ୍ଗଲରେ ଗୁରୁବାରଠାରୁ ନିଆଁ ଲାଗିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଲିଭୁନାହିଁ। ନିଆଁର ପ୍ରକୋପ ଏତେ ଅଧିକ ଯେ, ଏହାକୁ ଲିଭାଇବାରେ ନିୟୋଜିତ ଜଙ୍ଗଲ ଅଧିକାରୀଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି।

ବନ ବିଭାଗ ଅଧିକାରୀଙ୍କ ସୂଚନାନୁଯାୟୀ, ଗୁରୁବାର ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ପାଇବା ପରେ ଏକ ଟିମ୍‌ ଗଠନ କରାଯାଇଥିଲା। ସେହି ଦିନଠାରୁ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରି ନାହିଁ। ଅଧିକାରୀଙ୍କ କହିବାନୁସାରେ, ନିଆଁ ଏବେ ବି ଜଙ୍ଗଲରେ ବ୍ୟାପିଚାଲିଛି।

ଏହି ଜଙ୍ଗଲରେ ଅନେକ ବନ୍ୟଜନ୍ତୁ ଅଛନ୍ତି। ନିଆଁ ଯୋଗୁ ବର୍ତ୍ତମାନ ସେମାନଙ୍କ ଜୀବନ ମଧ୍ୟ ବିପଦରେ ରହିଛି। ନିଆଁ ଏତେ ଭୟଙ୍କର ଏଥିରେ ଅନେକ ପ୍ରାଣୀଙ୍କର ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ବନ୍ୟଜନ୍ତୁଙ୍କର କୌଣସି କ୍ଷତି ହୋଇ ନ ଥିବା ସୂଚନାରୁ ଜଣାପଡ଼ିଛି।

Share