ରାଇକିଆ,୨୭ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ରେଞ୍ଜରେ ଗତକିଛି ଦିନ ହେଲା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ନାଁରେ ଗ୍ରାମାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ମାତ୍ର ଏହାର କୌଣସି ପ୍ରଭାବ ପଡୁନାହିଁ। ଗୁରୁବାର ରାଇକିଆ ସହର ଉପକଣ୍ଠ ଆର୍ଏମ୍ସି କାର୍ଯ୍ୟଳୟ ପଛପଟ ଜଙ୍ଗଲରେ ନିଆଁ ଲାଗିଛି। ଶୁଖିଲା ପତ୍ର ଯୋଗୁ ନିଆଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ତୀବ୍ର ଭାବେ ବ୍ୟାପୁଥିବା ବେଳେ ଚାରି ପାଖ ରେ ଜନବସତି ଥିବା ଯୋଗୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବନାଗ୍ନୀ ସଚେତନତା କେବଳ ପ୍ରଚାରରେ ଅଟକିଥିବା ବେଳେ ଖୋଦ୍ ରାଇକିଆ ସହର ନିକଟରେ ନିଆଁ ଲାଗିବା ଆଶ୍ଚର୍ଯ୍ୟ କରିଛ। ବିଭାଗ ତରଫରୁ ନିଆଁ ଲିଭାଇବା ପାଇଁ କର୍ମଚାରୀ ପହଞ୍ଚି ଥିବା ଫରେଷ୍ଟର ଉତ୍ସ କହଁର କହିଛନ୍ତି।