Advertisement

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ: ପରିସ୍ଥିତି ଅଣାୟତ

ପାଟଣା,୧୭।୩(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରୀ ସେକ୍ସନ ୪୯ନମ୍ବର ଜାତୀୟ ରାଜପଥ ହାତୀ ବାରୀ ଗ୍ରାମ୍ୟ ଜଙ୍ଗଲରେ ସୋମବାର ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଫଳରେ ଆକାଶିଆ ଓ କାଜୁ ଗଛ ଗୁଡ଼ିକ ହୁତୁହୁତୁ ହୋଇ ଜଳିବାରେ ଲାଗିଛି। ନିଆଁ ଅଣାୟତ ହୋଇ ରାଜପଥ ଆଡ଼କୁ ମାଡିଆସୁଛି। ଘଟଣାସ୍ଥଳରେ ବନ କି ଅଗ୍ନିଶମ କର୍ମଚାରୀ ପହଞ୍ଚି ନାହାଁନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel