ପାପଡାହାଣ୍ଡି,୧୩ା୬(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଧାମଣାପଦର ଛକରେ ଥିବା ସଂରକ୍ଷିତ ଜଙ୍ଗଲରେ ବେଆଇନ ବସ ଷ୍ଟପ ନିର୍ମାଣକୁ ରବିବାର ବନ ବିଭାଗ ଭାଙ୍ଗିଦେଇଛି। ବନ ବିଭାଗ ଅଜାଣତରେ ଠିକାଦାର ଛକରେ ଥିବା ସଂରକ୍ଷିତ ଜଙ୍ଗଲ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁ କରିଦେଇଥିଲେ। ଏ ନେଇ ବନ ବିଭାଗ ଜାଣିବା ପରେ ପାପଡାହାଣ୍ଡି ଫରେଷ୍ଟର ଲକ୍ଷ୍ମୀ ପ୍ରସାଦ ବିଷୋୟୀଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢ଼ାଉ କରି ବସ୍ ଷ୍ଟପ ନିର୍ମାଣ କାମକୁ ଭାଙ୍ଗି ଦେଇଥିଲା। ସୂଚନା ମୁତାବକ ପଞ୍ଚାୟତ ପକ୍ଷରୁ ବସ ଷ୍ଟପ ନିର୍ମାଣ ଲାଗି ୨ଲକ୍ଷ ଟଙ୍କାର ଫାଇଲ ଖୋଲା ଯାଇଛି। ତହସିଲଦାରଙ୍କଠାରେ ସ୍କେଚ ମ୍ୟାପ ଲାଗି ଆବେଦନ କରାଯାଇଥିବା ପିଇଓ ସଞ୍ଜୟ ମହାକୁଡ଼ କହିଛନ୍ତି । ତେବେ ଠିକାଦାର ଜଣକ ତରବରିଆ ଭାବେ ଜାଗା ନ ଜାଣି ନିର୍ମାଣ କାମ କରିଥିବା ସୂଚନା ମିଳିଛି।