ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ ଏହାର କାରଣ ଅସ୍ପଷ୍ଟ ରହିଛି। ୩ ବନ କର୍ମଚାରୀ ଆହତ ହୋଇଥିବା ବେଳେ ଅନୁଗୋଳ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।