ଆତଙ୍କବାଦୀ ଓସାମା ବିନ ଲାଡେନଙ୍କୁ ମାରିଥିବା ପୂର୍ବତନ ଆମେରିକୀୟ କମାଣ୍ଡର ଗିରଫ

ଓ୍ବାଶିଂଟନ୍‌,୨୭।୮: ଆମେରିକାର ନୌସେନା ସିଲ କମାଣ୍ଡର ରବର୍ଟ ଜେ ଓନିଲ ଗିରଫ ହୋଇଛନ୍ତି। ମଦ୍ୟପାନରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ପୂର୍ବତନ କମାଣ୍ଡରଙ୍କୁ ଟେକ୍ସାସ ସିଟିରେ ଗିରଫ କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିଲ ଗିରଫ ହେବାର କିଛି ଘଣ୍ଟା ପରେ ଜାମିନ ପାଇଥିଲେ। ରବର୍ଟ ପାକିସ୍ତାନର ଆବୋଟାବାଦ ସହରରେ ପ୍ରବେଶ କରି ଆତଙ୍କବାଦୀ ଓସାମା ବିନ ଲାଡେନଙ୍କୁ ହତ୍ୟା କରିଥିଲେ।
ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ୪୭ ବର୍ଷିୟ ରବର୍ଟଙ୍କ ନାଁରେ ଫ୍ରିସ୍କୋରେ ମାମଲା ରୁଜୁ ହୋଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଗିରଫ ହେବାର ମାତ୍ର କିଛି ଘଣ୍ଟା ପରେ ରବର୍ଟଙ୍କୁ ୨ ଲକ୍ଷ ୮୮ ହଜାର ଟଙ୍କା ବଣ୍ଡରେ ମୁକ୍ତ କରାଯାଇଥିଲା। ରବର୍ଟ ପୂର୍ବରୁ ବିବାଦରେ ଥିଲେ। ୨୦୨୦ରେ ଆମେରିକାରେ କରୋନା ବେକାବୁ ଥିବାବେଳେ ସେ ମାସ୍କ ପିନ୍ଧିବାକୁ ମନା କରିଦେଇଥିଲେ।

Share