ପୂର୍ବତନ ସିଡିଭିଓଙ୍କୁ ୨ ବର୍ଷ ଜେଲ ସହ ୫ ହଜାର ଜରିମାନା

ବ୍ରହ୍ମପୁର ଅଫିସ,୧୨।୫ : ଗଜପତି ଜିଲା ପାରଳାଖେମୁଣ୍ଡି ପୂର୍ବତନ ସିଡିଭିଓ ଡକ୍ଟର ଜଳଧର ମଲ୍ଲିକଙ୍କୁ ୨ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଏ ନେଇ ଗୁରୁବାର ରାୟ ଶୁଣାଇଛନ୍ତି। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ପୂର୍ବତନ ସିଡିଭିଓ। ୨୦୧୧ ଜୁନ ୩୦ ତାରିଖରେ ଜଣେ ପ୍ରାଣୀଧନ ନୀରିକ୍ଷକଙ୍କ ବଦଳି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ସେ ଧରା ପଡ଼ିଥିଲେ ।

Share