ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ,୧୫ା୩ (କାର୍ତ୍ତିକ ସାହୁ) ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ତାଙ୍କ କଟକ ଜିଲା ନରସିଂହପୁର ବଡ଼ଭୂଇଁସ୍ଥିତ ବାସଭବନରୁ ଶୁକ୍ରବାର ଗିରଫ କରିଛି। ତାଙ୍କୁ ଶନିବାର କୋର୍ଟରେ ଉପସ୍ଥାପନ କରାଯିବ। ପୂର୍ବତନ ଆଇଆଇସି ସାହୁ ଗତ ୩ ବର୍ଷରୁ ସମୟ ଧରି ଫେରାର ଥିଲେ।
ସୂଚନା ଅନୁସାରେ, ଜଳେଶ୍ୱର ଥାନାରେ ଆଇଆଇସି ଥିବା ବେଳେ ଅଭିଯୁକ୍ତ ସାହୁ ୨୦୨୦ରେ ବ୍ରାଉନ ସୁଗାର ବେପାରୀଙ୍କ ସହ ଜଡ଼ିତ ରହି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ। ଏ ସଂକ୍ରାନ୍ତୀୟ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅଡିଓ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ତା’ପରଠାରୁ ସେ ଗିରଫ ଭୟରେ ଫେରାର ଥିଲେ। କ୍ରାଇମବ୍ରାଞ୍ଚ ତାଙ୍କୁ ଧରିବା ପାଇଁ ସେବେଠାରୁ ତାଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିଲା। ତେବେ ପୂର୍ବ ଯୋଜନା ମୁତାବକ ତାଙ୍କୁ ନିଜ ବାସଭବନରେ ଥିବାର ନିର୍ଦ୍ଦିଷ୍ଟ ଭାବେ ଜଣାଯିବା ପରେ ତାଙ୍କୁ ସେଠାରୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Share