ସମିତି ସଭ୍ୟ ନିର୍ବାଚନରେ ହାରିଗଲେ ପୂର୍ବତନ ମନ୍ତ୍ରୀ

ଢେଙ୍କାନାଳ ଅଫିସ,୧।୩: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗିରିଧର ପ୍ରସାଦ ପଞ୍ଚାୟତ ସମିତି ସଭ୍ୟ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କାମିନି ନାଏକଙ୍କ ଠାରୁ ୭୨୪ ଖଣ୍ଡ ଭୋଟରେ ହାରିଯାଇଛନ୍ତି। କାମିନି ୨୩୪୭ ଖଣ୍ଡ ଭୋଟ ପାଇଥିବା ବେଳେ ଅଞ୍ଜଳି ୧୬୨୩ ଖଣ୍ଡ ଭୋଟ ପାଇଥିଲେ। ଅଞ୍ଜଳି ଏବେ ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଛନ୍ତି।
ସୂଚନାଯୋଗ୍ୟ, ଅଞ୍ଜଳି ପୂର୍ବରୁ ବିଜେଡି ଟିକେଟରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟକ ହେବା ପରେ ୨୦୦୯ରୁ ୨୦୧୧ ଯାଏ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ୨୦୧୧ରୁ ୨୦୧୨ ଯାଏ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଥିଲେ। ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ଦଳରୁ ନିଲମ୍ବିତ ହୋଇଥିଲେ ଓ ଟିକେଟ ମଧ୍ୟ ପାଇ ନ ଥିଲେ। ଏହାପରେ ଗତବର୍ଷ ସେ ଭାଜପାରେ ଯୋଗ ଦେଇଥିଲେ।

Share