Posted inUncategorized

ଭାଜପାରେ ଯୋଗଦେବାର ୩ ଘଣ୍ଟା ପରେ ଦଳରୁ ବିଦା ଦେଲେ ପୂର୍ବତନ ମନ୍ତ୍ରୀ

ଚଣ୍ଡିଗଡ଼,୧୧।୮: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବିବାଦ ସହ ଜଡିତ ସନ୍ଦୀପ ବାଲ୍ମୀକି ଭାଜପାରେ ଯୋଗଦେବାର ମାତ୍ର ତିନି ଘଣ୍ଟା ପରେ ଦଳରୁ ବହିଷ୍କୃତ ହୋଇଥିଲେ। ସନ୍ଦୀପ ଶନିବାର ପଞ୍ଚକୁଲାରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ ଉପସ୍ଥିତିରେ ତାଙ୍କ ସହକର୍ମୀଙ୍କ ସହ ଭାଜପାରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ପାର୍ଟିରେ ସ୍ବାଗତ କରିଥିଲେ। ତେବେ କିଛି ସମୟ ପରେ ଫଟୋ ଭାଇରାଲ ହେବା ପରେ ସନ୍ଦୀପଙ୍କ ବିବାଦ ସହ ଜଡିତ ପୁରୁଣା ଖବର ସୋସିଆଲ ମିଡିଆରେ ଶେୟାର ହେବାରେ ଲାଗିଥିଲା। ଏହି ଖବର ପାଇବା ମାତ୍ରେ ଭାଜପା ଓ ସିଏମ ହାଉସରେ ଉତ୍ତେଜନା ଦେଖାଦେଇଥିଲା ଏବଂ କିଛି ସମୟ ପରେ ଦଳ ସନ୍ଦୀପଙ୍କୁ ଦଳରୁ ବହିଷ୍କାର କରିଥିଲା।
ଏହି ସୂଚନାକୁ ଭାରତୀୟ ଜନତା ପାର୍ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେଇଥିଲା। ଏ ସମ୍ପର୍କରେ ଏକ ଚିଠି ମଧ୍ୟ ଜାରି କରାଯାଇଛି। ସନ୍ଦୀପଙ୍କ ବହିଷ୍କାର ସମ୍ପର୍କରେ ସୂଚନା ଦେଇଥିବା ଚିଠିରେ ଲେଖାଯାଇଛି ଯେ ‘ଆଜି ଦିଲ୍ଲୀର ପୂର୍ବତନ ସରକାରୀ ମନ୍ତ୍ରୀ ସନ୍ଦୀପ କୁମାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ତାଙ୍କ ପୃଷ୍ଠଭୂମିର ତଥ୍ୟ ଲୁଚାଇ ରଖିଥିଲେ, କିନ୍ତୁ ଏହା ଜାଣିବା ମାତ୍ରେ ଭାରତୀୟ ଜନତା ଦଳ ସନ୍ଦୀପ କୁମାରଙ୍କୁ ପ୍ରାଥମିକ ସଦସ୍ୟତାରୁ ହଟାଇ ଦିଆଯାଇଛି।
ସନ୍ଦୀପ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ। ୨୦୧୬ରେ, ଜଣେ ମହିଳା ସନ୍ଦୀପଙ୍କ ବିରୋଧରେ ରାସନ କାର୍ଡ ତିଆରି ବିବାଦୀୟ ମାମଲାରେ ଗୁରୁତର ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ ଏବଂ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri