୧୦ ବର୍ଷ ପରେ ଭାଜପାକୁ ଫେରିଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର,୨୨ା୪: ଦୀର୍ଘ ୧୦ ବର୍ଷ ପରେ ପୁଣି ଭାଜପାକୁ ଫେରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଭାଜପା ସଭାପତି ବିମ୍ବାଧର କୁଅଁର। ରାଜ୍ୟ କାର୍ଯ୍ୟାଳୟରେ ସଭାପତିଙ୍କ ଉପସ୍ଥିତିରେ ସୋମବାର ବିମ୍ବାଧର ପଦ୍ମ ଧରିଛନ୍ତି।

ସୂଚନାଯୋଗ୍ୟ, ବିମ୍ବାଧର ବରଗଡ଼ ଜିଲାର ଭଟଲୀ ଆସନରୁ ୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୭ରେ ସେ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିବା ବେଳେ ୨୦୦୦ ଓ ୨୦୦୪ରେ ଭାଜପା ଟିକେଟ୍‌ରେ ଜିତିଥିଲେ। ସେ ଭାଜପାର ରାଜ୍ୟ ସଭାପତି ମଧ୍ୟ ରହିଥିଲେ। ବିମ୍ବାଧର ୨୦୧୪ରେ ଭାଜପା ଛାଡ଼ି ବିଜେଡିରେ ଯୋଗଦେଇଥିଲେ।

Share