Categories: ଜାତୀୟ

୬ଷ୍ଠ ଥର ବିବାହ କରିବାକୁ ଯାଉଥିଲେ ପୂର୍ବତନ ମନ୍ତ୍ରୀ…

ଲକ୍ଷ୍ନୌ,୨।୮: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଚୌଧୁରୀ ବଶୀରଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ନଗମା ଏକ ମାମଲା ଦାୟର କରିଛନ୍ତି। ବଶୀର ଷଷ୍ଠ ଥର ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଆଗ୍ରାସ୍ଥିତ ମଣ୍ଟୋଲା ପୋଲିସ ଷ୍ଟେଶନରେ ଏନେଇ ଏକ ମାମଲା ରୁଜୁ ହୋଇଛି। ନଗମାଙ୍କ ଅନୁଯାୟୀ, ସେ ୨୩ ଜୁଲାଇରେ ଜାଣିବାକୁ ପାଇଲେ ଯେ ଚୌଧୁରୀ ଷଷ୍ଠ ଥର ବିବାହ କରିବାକୁ ଯାଉଛନ୍ତି। ସେ ଏ ବିଷୟରେ ପଚାରିବାକୁ ବଶୀରଙ୍କ ନିକଟକୁ ଯାଇଥିଲେ, ଏହା ପରେ ସେ କେବଳ ତାଙ୍କୁ ଆକ୍ରମଣ କରି ନ ଥିଲେ ବରଂ ଟ୍ରିପଲ ତଲାକ କହି ତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି। ନଗମା ବଶୀରଙ୍କ ତୃତୀୟ ସ୍ତ୍ରୀ ଯିଏ ତାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ନାଗମା କହିଛନ୍ତି ଯେ ସେ ନଭେମ୍ବର ୨୦୧୨ରେ ବଶୀରଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ପୁଅ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିବାହ ପରେ ତାଙ୍କ ସ୍ବାମୀ ଏବଂ ବୋହୂ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଛନ୍ତି। ଶେଷରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି। ନଗମା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପୋଲିସକୁ ସାହାଯ୍ୟ ମାଗିଛନ୍ତି। ଚୌଧୁରୀ ବଶୀର ମାୟାବତୀ ସରକାରରେ ମନ୍ତ୍ରୀ ଥିଲେ କିନ୍ତୁ ପରେ ସମାଜବାଦୀ ପାର୍ଟିକୁ ଯାଇଥିଲେ।

Share