Categories: ରାଜ୍ୟ

ଗିରଫ ଭୟରେ ହାଇକୋର୍ଟ ଗଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର,୭।୩:ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଖବରଦାତାଙ୍କ ଉପରକୁ କୁକୁର ଛାଡ଼ିବା ତାଙ୍କୁ ମହଙ୍ଗା ପଡିଛି। ତାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛିି । ଏ ନେଇ ରଘୁନନ୍ଦନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାଟର୍ସରେ ହୋଇଥିବା ନିର୍ମାଣ ସମ୍ପର୍କିତ ରିପୋଟିଂ କରିବା ସମୟରେ ରଘୁନନ୍ଦନ ଜଣେ ମହିଳା ଖବରଦାତାଙ୍କ ଉପରକୁ କୁକୁର ଛାଡ଼ିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।