ଏଥିପାଇଁ ବିଜେଡି ହାରିଛି: ବଡ଼ କାରଣ ଖୋଲି କହିଦେଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର,୩।୭: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମୁହଁ ଖୋଲିଛନ୍ତି। ପ୍ରଭାତ ବିଶ୍ୱାଳ କହିଛନ୍ତି, ଭୁଲ୍‌ ବୁଝାମଣା ଯୋଗୁ ନିର୍ବାଚନରେ ବିଜେଡି ହାରିଛି। ଚୌଦ୍ୱାରରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଭାତ ବିଶ୍ୱାଳ ଏହି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସେ ଆହୁରି କହିଛନ୍ତି, କେଉଁଠି ନା କେଉଁଠି ଆଣ୍ଟି ଇନ୍‌କମ୍ବାନ୍‌ସୀ ଏକ ବଡ଼ ଫ୍ୟାକ୍ଟର ଭାବେ କାମ କରିଛି। ନବୀନ ପଟ୍ଟନାୟକ ନିର୍ମଳ ଭାବମୂର୍ତ୍ତି ପାଇଁ ଦୀର୍ଘଦିନ କାମ କଲେ। କିନ୍ତୁ ଦଳ ଭିତରେ କିଛି ଭୁଲ୍‌ ବୁଝାମଣା ପାଇଁ ଦଳର ଆଜି ଏହି ଅବସ୍ଥା ହୋଇଛି। ଆମେ ଦଳ ପାଇଁ ଦିନ ରାତି ବହୁ ପରିଶ୍ରମ କରିଛୁ। ତେବେ ପ୍ରଭାତଙ୍କ ଏଭଳି ମନ୍ତବ୍ୟ ଉପରେ ବିଜେଡ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ

ଭୁବନେଶ୍ବର,୫।୭: ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ...

ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ପୁରୁଷୋତ୍ତମପୁର,୫।୭(ସିମାଞ୍ଚଳ ମିଶ୍ର) ସର୍ବଭାରତୀୟ ସ୍ତରରେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଡିଏସ୍‌(ଇଣ୍ଡିଆନ ମିଲିଟାରୀ ପରୀକ୍ଷା)ରେ ଗଞ୍ଜାମ ଜିଲା ପୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥ ସାହିର ସ୍ବନ୍ଦନଦାଶ...

୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ପାରାଦୀପ,୫ା୭: ଜଗତ୍‌ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା...

ସୁରେନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ, ଚାଲିକି ଯାଇ…

ଭୁବନେଶ୍ୱର,୫।୭: କାକଟପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ  ସୁରେନ୍ଦ୍ରନାଥ ନାୟକଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ...

ବବି ଦାସଙ୍କ ନାମରେ ଏତଲା

ଭୁବନେଶ୍ୱର,୪ା୭: ବିଜେଡି ସଂଗଠନର ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମରେ ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି। ବବି ଅନୁମତି ନ ନେଇ...

ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଲେ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ୱର,୫।୭: ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଛନ୍ତି। ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଏବଂ ପୌର ନିର୍ଦ୍ଦେଶକ...

ପିଲାଙ୍କ ପାଇଁ ଆସିଲା ଖୁସିଖବର: ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, କେବେଠୁ ହେବ ଲାଗୁ

ଭୁବନେଶ୍ୱର,୫।୭: ସ୍କୁଲ ପିଲାଙ୍କ ପାଇଁ ଆସିଲା ଖୁସିଖବର। ଏଣିକି ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ । ଅପହଞ୍ଚ ଅଞ୍ଚଳରେ...

ସଇଁତଳାରେ ବ୍ୟାପିଲା ଡେଙ୍ଗୁ: ୧୮ ଆକ୍ରାନ୍ତ ଚିହ୍ନଟ

ସଇଁତଳା,୫।୭: ବଲାଙ୍ଗୀର ଜିଲା ସଇଁତଳା ସହରରେ ଦିନକୁ ଦିନ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ସହରରେ ମୋଟ ୧୮ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri