ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟକ

ଭଦ୍ରକ,୨୪ା୨: ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ। ବାରମ୍ବାର ଧାରଣା ଓ ଦାବି କରାଯାଉଥିଲେ ମଧ୍ୟ ଭଦ୍ରକବାସୀଙ୍କୁ ସରକାର ଅବହେଳା କରୁଛନ୍ତି। ଉକ୍ତ ଦାବି ସମେତ ୧୦ଟି ଦାବି ନେଇ ଆସନ୍ତା ମାର୍ଚ୍ଚ ୧୦ରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ତାଙ୍କର ସମର୍ଥକମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଭଦ୍ରକରୁ ଯାତ୍ରା ଆରମ୍ଭ କରି ଦିନ ଗୋଟାଏ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରିବେ।

Share