Categories: ଜାତୀୟ

ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଏମ୍ସର ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି। ୮୯ବର୍ଷୀୟ କଂଗ୍ରେସ ନେତା ବୁଧବାର ଏସ୍ସରେ ଭର୍ତ୍ତି ହୋଇଥିଲେ। ଜ୍ୱର ଓ ଦୁର୍ବଳତା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଡେଙ୍ଗୁରେ ଆକ୍ରାନ୍ତ ଥିଲେ ମଧ୍ୟ ତାଙ୍କ ଶରୀରରେ ପ୍ଲେଟଲେଟ୍‌ ସଂଖ୍ୟା ବୃଦ୍ଧି ପାଉଛି। ଏଥିଯୋଗୁ ସେ ବିପଦମୁକ୍ତ ଥିବା ଜଣାପଡ଼ିଛି। ହୃଦରୋଗ ବିଶେଷଜ୍ଞ ଡାଃ.ନୀତିଶ ନାୟକ ତାଙ୍କର ଚିକିତ୍ସା କରୁଛନ୍ତି।
କହିରଖୁଛୁ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ମନମୋହନଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ତାଙ୍କ ସହ ଜଣେ ଫଟୋଗ୍ରାଫର ଯାଇଥିବାରୁ ମନମୋହନଙ୍କ ପରିବାର ଏ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଝିଅ ଡାମନ ସିଂ କହିଛନ୍ତି, ମୋ ପରିବାର ଏବେ କଠିନ ସମୟ ଦେଇ ଗତି କରୁଛି। ସେମାନେ ବୟସ୍କ , ଚିଡ଼ିଆଖାନାର ପଶୁ ନୁହନ୍ତି ବୋଲି ସେ ମଧ୍ୟ ପ୍ରକାଶ କରିଛନ୍ତି।

Share