ବାଲିଗୁଡ଼ା,୨୭।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗ ଗ୍ରାମରେ ରବିବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ବତନ ସରପଞ୍ଚ ବ୍ରଜରାଜ ବିଶୋୟୀ(୭୦)ଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି।
ସୂଚନାଯୋଗ୍ୟ, ରବିବାର ସକାଳେ ବ୍ରଜରାଜ ଓ ତାଙ୍କ ସମ୍ପର୍କୀୟ ଭାଇ ଡେପୁଟି ବିଶୋୟୀ (୪୧)ଙ୍କ ମଧ୍ୟରେ ବିଲରେ ପାଟିତୁଣ୍ଡ ହୋଇଥିଲା। ଏ ନେଇ ଡେପୁଟି ବ୍ରଜଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲେ । ଡେପୁଟି ରାତିରେ ବ୍ରଜଙ୍କୁ ପାଣି ସମସ୍ୟା ନେଇ କଥା ହେବାକୁ ନିଜ ଘରକୁ ଡାକିଥିଲେ। ଯୋଜନା ମୁତାବକ ଡେପୁଟି ଏକ ଟାଙ୍ଗିରେ ତାଙ୍କ ମୁଣ୍ଡ ଓ ହାତକୁ ହାଣି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ବ୍ରଜରାଜଙ୍କୁ ସାରଙ୍ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।