ରେଳ ଷ୍ଟେଶନରେ ଟ୍ରେନ୍‌କୁ ଅପେକ୍ଷା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସରଳତାକୁ ଲୋକେ କରୁଛନ୍ତି ପସନ୍ଦ

ନୂଆଦିଲ୍ଲୀ,୧୧।୧:ଆଜିକାଲି ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କ ପରିବାର ସହିତ ହାଇଦ୍ରାବାଦ ରେଳ ଷ୍ଟେଶନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ଫଟୋରେ ତାଙ୍କର ସରଳତାକୁ ଲୋକେ ପସନ୍ଦ କରୁଛନ୍ତି।
ତେଲୁଗୁ ଦେଶମ ପାର୍ଟି ଏହି ଫଟୋକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶେୟାର କରିଛି। ଫଟୋ କ୍ୟାପସନରେ ଲେଖା ଅଛି, ଅଶୋକ ଗଜପତି ରାଜୁ, ନିଜେ ଜଣେ ରାଜା, ହାଇଦ୍ରାବାଦ ରେଳ ଷ୍ଟେଶନରେ ସାଧାରଣ ଲୋକ ପରି ଟ୍ରେନକୁ ଘରକୁ ଫେରିବା ପାଇଁ ଅପେକ୍ଷା କରିଥିଲେ। ସେ ସଚ୍ଚୋଟତା ଏବଂ ସତ୍ୟର ପ୍ରତୀକ। ସେ ସର୍ବଦା ଲୋକଙ୍କ ପାଇଁ ଭଲ କରନ୍ତି। କ୍ଷମତା ତାଙ୍କୁ କଦାପି ଭ୍ରଷ୍ଟ କରିପାରିବ ନାହିଁ।
ବିଜୟନଗରମ୍‌୍‌ର ଶେଷ ମହାରାଜାଙ୍କ ସାନପୁଅ ଗଜପତି ରାଜୁ ଦୀର୍ଘ ଦିନ ଧରି ଆନ୍ଧ୍ରପ୍ରଦେଶ ରାଜନୀତିରେ ଜଣେ ପ୍ରମୁଖ ନେତା। ସେ ମେ ୨୦୧୪ ରୁ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ସରକାରରେ ମନ୍ତ୍ରୀ ଥିଲେ।
ଭାଇରାଲ ହେଉଥିବା ଏହି ଫଟୋରେ ଅଶୋକ ଗଜପତି ରାଜୁ ଏକ ନୀଳ ଜ୍ୟାକେଟରେ ନଜର ଆସିଛନ୍ତି। ସେମାନଙ୍କ ପଛରେ ହାଇଦ୍ରାବାଦ ରେଳ ଷ୍ଟେସନର ଏକ ବୋର୍ଡ ଅଛି ଏବଂ ଚାରିଆଡେ ଲୋକଙ୍କ ଭିଡ ଦେଖାଯାଉଛି। ଏହି ପୋଷ୍ଟଟି ବିନା ସମୟ ମଧ୍ୟରେ ଅନେକ ଲାଇକ ପାଇବା ଆରମ୍ଭ କଲା। ଜଣେ ୟୁଜର୍ସ ତାଙ୍କୁ ଜଣେ ସରଳ ବ୍ୟକ୍ତି। ସେ ଏକ ରାଜ ପରିବାରର ଅଟନ୍ତି, ଏହା ସତ୍ତ୍ୱେ ସେ ସାଧାରଣ ଜୀବନରେ ମଧ୍ୟ ସରଳତାକୁ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶ ଉପ ନିର୍ବାଚନ:ଏଥର ଖେଳ କରିଦେଲା…

ଲକ୍ଷ୍ନୌ,୨୩।୧୧: ଉତ୍ତରପ୍ରଦେଶରେ ଖାଲି ପଡିଥିବା ଆସନ ମଧ୍ୟରୁ ୯ ଆସନରେ ଉପ ନିର୍ବାଚନ ହୋଇଛି । ଟ୍ରେଣ୍ଡ ଅନୁସାରେ ଭାଜପା ୭ଟି ଆସନରେ ଆଗୁଆ ରହିଥିବା...

ଚମକିପଡିଲେ ସବୁ ନେତା! ଅଧା ଗଣତିରୁ ଏତେ ବଡ଼କଥା କହିଦେଲେ କଳ୍ପନା

ରାଞ୍ଚି,୨୩।୧୧: ୨୪ବର୍ଷର କେର୍ଡ ଭାଙ୍ଗିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏନଡିଏକୁ ପଛରେ ପକେଇ ଆଗରେ ସୋରେନଙ୍କ ସହ ଇଣ୍ଡିଆ ମେଣ୍ଟ । ରାଜ୍ୟରେ ଇଣ୍ଡିଆ...

୨୪ବର୍ଷର ରେକର୍ଡ ଭାଙ୍ଗିଲେ ହେମନ୍ତ ସୋରେନ, ଚମକାଇଲା ଟ୍ରେଣ୍ଡ

ନୂଆଦିଲ୍ଲୀ,୨୩।୧୧: ୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ପ୍ରଥମ ଥର ପାଇଁ ଏକ ଦଳ ରାଜ୍ୟରେ ପୁର୍ନବାର କ୍ଷମତାକୁ ଫେରୁଛିି। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେଣ୍ଡରେ,...

ବିଜୟ ମୁହାଁ ମହାୟୁତି, ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସ୍ପଷ୍ଟ କରିଦେଲେ ଫଡନ୍‌ଭିସ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ କିଏ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ...

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ସଂଗ୍ରାମ ଆରମ୍ଭ: ଛପା ହେଲାଣି ପୋଷ୍ଟର

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନଫଳାଫଳ ପାଇଁ ଗଣନା ଚାଲିଛି ଏବଂ ପ୍ରାରମ୍ଭିକରେ ଭାରତୀୟ ଜନତା ପାର୍ଟି, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଅଜିତ ପାୱାର ଦଳ) ଏବଂ...

ରାହୁଲ, ଖାର୍ଗେଙ୍କୁ ଲିଗାଲ ନୋଟିସ ପଠାଇଲେ ତାଓ୍ବଡେ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବଦିନ ମୁମ୍ବାଇର ଏକ ହୋଟେଲରେ ଭାଜପା ନେତା ବିନୋଦ ତାଓ୍ବଡେ ଭୋଟ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ନେଇ କଂଗ୍ରେସ...

ଝାଡଖଣ୍ଡରେ ହେମନ୍ତ ମ୍ୟାଜିକ୍‌: ବହୁମତ ପାର୍‌ କଲା ଜେଏମ୍‌ଏମ୍‌

ରାଞ୍ଚି,୨୩।୧୧:ଝାଡଖଣ୍ଡରେ ପୁଣି ହେମନ୍ତ ସୋରେନ୍‌ଙ୍କ ମ୍ୟାଜିକ୍‌ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ମେଣ୍ଟ ବହୁମତ ପାର୍‌ କରିଛି। ଏହି ମେଣ୍ଟ ୫୧ ସିଟ୍‌ରେ ଆଗୁଆ...

ପ୍ରଚଣ୍ଡ ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ: ଲକ୍ଷେରୁ ଅଧିକ ଭୋଟ୍‌ରେ ଆଗୁଆ

ୱାୟନାଡ,୨୩।୧୧: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କେରଳର ୱାୟନାଡ ଲୋକ ସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ ଗଣନା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri