ଏହି ୪ ଜଣ ହେଲେ ବିଏମ୍‌ସି ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ବର,୨୫।୨(ବ୍ୟୁରୋ): ସ୍ବଚ୍ଛତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ବିଏମ୍‌ସି ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ବିଏମ୍‌ସି ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷଣା କରିଛି। ସେମାନେ ହେଉଛନ୍ତି ସିନେ ତାରକା ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା, କ୍ରୀଡ଼ାବିତ୍‌ ଅନୁରାଧା ବିଶ୍ୱାଳ ଓ ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ। ବିଏମ୍‌ସିର ସ୍ବଚ୍ଛତା ଅଭିଯାନରେ ଏହି ୪ ଜଣ ସାମିଲ ହୋଇଛନ୍ତି।

Share