ପାରାଦୀପ ବନ୍ଦରର ପଣ୍ୟ କାରବାରରେ ଚତୁର୍ଥ ରେକର୍ଡ

ପାରାଦୀପ,୨୩।୨(ସ୍ବ.ପ୍ର.):  ପାରାଦୀପ ବନ୍ଦର ପଣ୍ୟ କାରବାରରେ ଲଗାତର ଚତୁର୍ଥ ଥର ପାଇଁ ରେକର୍ଡ ହାସଲ କରିଛି। ୨୦୨୦-୨୧ ଆର୍ଥିକ ବର୍ଷ ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ରବିବାର ରାତି ୧୨ଟା ସୁଦ୍ଧା ୧୦୦ ମିଲିୟନ ମେଟ୍ରିକ୍‌ ଟନ୍‌ ପଣ୍ୟ କାରବାର କରିଛି। ଏହାପୂର୍ବରୁ ୨୦୧୭-୧୮ରେ ୧୦୬.୧୦, ୨୦୧୮-୧୯ରେ ୧୦୮.୭୦, ୨୦୧୯-୨୦ରେ ୧୧୨.୬୯ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର କରିଥିଲା। ପାରାଦୀପ ବନ୍ଦରର ଏହି ସଫଳତା ପାଇଁ ଅଧ୍ୟକ୍ଷ ଭିନିତ୍‌ କୁମାର ବନ୍ଦର କର୍ମଚାରୀ, ଶ୍ରମିକ, ବ୍ୟବହାରକାରୀ ସଂସ୍ଥା, ଶିଳ୍ପସଂସ୍ଥା, ଏବଂ ସରକାରୀ ସଂସ୍ଥା, ଓଡିଶା ସରକାର, ଭାରତୀୟ ରେଲୱେ, କଷ୍ଟମ୍ସ, ଇମିଗ୍ରେଶନ, ଡକ୍‌ସେଫ୍ଟି ଓ ଏମ୍‌ଏମ୍‌ଡିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମ୍ପ୍ରତି ପାରାଦୀପ ଦେଶର ୧ ନଂ. ବନ୍ଦର ଭାବେ ମାନ୍ୟତା ପାଇଛି।

Share