ମୁମ୍ବାଇ,୧୮ା୧୦: ଚଳିତ ମାସ ଅଦ୍ୟାବଧି ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ)ମାନେ ଦେଶର ପୁଞ୍ଜି ବଜାରରୁ ୧୪୭୨ କୋଟି ଟଙ୍କା ଉଠାଇ ନେଇଛନ୍ତି। ଏହାର ପୂର୍ବ ୨ ମାସରେ ନିବେଶକମାନେ ନେଟ୍ ଭିତ୍ତିରେ ନିବେଶ କରିଥିଲେ। ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଏବଂ ବିଶ୍ୱ ବଜାର ସ୍ଥିତି ପ୍ରଭାବିତ ହେବା ଯୋଗୁ ପୁଞ୍ଜି ବଜାରରୁ ନିବେଶକମାନେ ଅର୍ଥ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ପୁଞ୍ଜି ବଜାର ଡିପୋଜିଟୋରୀ ଡାଟା ମୁତାବକ, ନେଟ ଭିତ୍ତିରେ ୧୪୭୨ କୋଟି ଟଙ୍କା ଉଠାଇ ନେଇଛନ୍ତି। ଫରେନ ପୋର୍ଟଫୋଲିଓ ନିବେଶକ ମାନେ ସେପ୍ଟେମ୍ବରରେ ୧୩,୩୬୩ କୋଟି ଏବଂ ଅଗଷ୍ଟରେ ୧୪,୩୭୬ କୋଟି ଟଙ୍କା ପୁଞ୍ଜି ନିବେଶ କରିଥିଲେ।