ଭଦ୍ରକ, ୨୩।୮(ସନାତନ ରାଉତ): ଭଦ୍ରକ ଚରମ୍ପା ଷ୍ଟେଶନସ୍ଥିତ ୧୧୮ନଂ. ଏଲ୍ଏସି ଡଗରାସାହି ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମାଲବାହୀ ଟ୍ରେନ୍ରୁ ୩୦ଟି ବଗି ଅଲଗା ହୋଇଯାଇଥିଲା। ଟ୍ରେନ୍ଟି ଭଦ୍ରକ ଷ୍ଟେଶନ ଅଭିମୁଖେ ଆସୁଥିବା ବେଳେ ଉକ୍ତ ସ୍ଥାନରେ ବ୍ରେକ୍ ମାରିବା ପରେ ଇଞ୍ଜିନ୍ ପାଖରୁ ବଗିଗୁଡ଼ିକ ଛିଡ଼ି ଯାଇଥିଲା। ଇଞ୍ଜିନ ସାଙ୍ଗରେ କେବଳ ଦୁଇଟି ବଗି ଥିବାବେଳେ ଅନ୍ୟ ବଗିଗୁଡ଼ିକ ଅଲଗା ହୋଇଯାଇଥିଲା। ଇଞ୍ଜିନ ପଛକୁ ଫେରି ବଗିଗୁଡ଼ିକ ସଂଯୋଗ କରାଯିବା ପରେ ଏକ ଘଣ୍ଟା ବିଳମ୍ବରେ ମାଲବାହୀ ଟ୍ରେନ୍ ଗଡ଼ିଥିଲା।
ତେବେ ବାରମ୍ବାର ଟ୍ରେନ୍ ଦୁର୍ଘଟଣା ଓ ବଗି ଅଲଗା ହେବା ଘଟଣା ରେଳ ବିଭାଗର ପିଛା ଛାଡୁ ନ ଥିବା ବେଳେ ମଙ୍ଗଳବାର ଚରମ୍ପା ଷ୍ଟେଶନରେ ଏପରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।