ପରୀକ୍ଷାମୂଳକ ଭାବେ ଗଡ଼ିଲା ମାଲବାହୀ ଟ୍ରେନ୍‌

କାମାକ୍ଷାନଗର,୩୧ା୧(ଡି.ଏନ.ଏ):ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ବହୁ ପ୍ରତୀକ୍ଷିତ ଅନୁଗୋଳ-ସୁକିନ୍ଦା ୯୫ କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଛିଦିନ ତଳେ ଏହି ରେଳ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ ଇଞ୍ଜିନ୍‌ ଗଡିଥିବା ବେଳେ ସୋମବାର ଯାଜପୁର ଜିଲା ବାଘୁଆପାଳ(ଟମକା)ଠାରୁ ଅନୁଗୋଳର ବୁଢାପଙ୍କ ପର୍ଯ୍ୟନ୍ତ ୬୭ କିଲୋମିଟର ଟ୍ରାକ୍‌ରେ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ୍‌ ଚଳାଯାଇଛି। ୨ ଇଞ୍ଜିନ ବିଶିଷ୍ଟ ଏହି ମାଲଗାଡ଼ିର ୫୮ ୱାଗନରେ ପ୍ରାୟ ୫ ହଜାର ୭୦୦ ଟନ୍‌ ମାଲ ରହିଥିଲା। ଏ ସମ୍ପର୍କରେ ରେଳ ବିକାଶ ନିଗମ ଲିମିଟେଡ୍‌ ମୁଖ୍ୟ ପ୍ରକଳ୍ପ ପରିଚାଳକ ପ୍ରଦୀପ କୁମାର ମହାନ୍ତି କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଇଞ୍ଜିନ ଗଡ଼ିଥିଲା। ଏହା ସଫଳ ହେବାରୁ ନିୟମ ଅନୁଯାୟୀ ଏକ ମାଲବାହୀ ଟ୍ରେନ୍‌ ଚଳାଯାଇଛି। ଏହି ସଫଳତା ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯିବ। ଆସନ୍ତା ଫେବୃୟାରୀରେ ଏହି ଟ୍ରାକ୍‌ ଦେଇ ମାଲ୍‌ବାହୀ ଟ୍ରେନ୍‌ ଚଳାଚଳ କରାଯିବାର ଆଶା ରହିଛି।

Share