ଫରାସୀ ପଣ୍ୟବାହୀ ଜାହାଜ ମୂକସାକ୍ଷୀ ମଙ୍ଗ ଦୃଶ୍ୟମାନ

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ବଙ୍ଗୋପସାଗର କୂଳ ମାଦଳି ମୁହାଣ ଅନତି ଦୂରରେ ୧୮୩୨ରେ ଫ୍ରାନ୍ସ ନିର୍ମିତ ବୃହତ୍‌ ପଣ୍ୟ ବୋଝେଇ ଫରାସୀ ଜାହାଜ ଭେଲଦା ସମୁଦ୍ରପଥ ଦେଇ କୋଲକାତାର ହଳଦିଆ ବନ୍ଦର ଅଭିମୁଖେ ଯାଉଥିଲା। ତେବେ ଏହି ଜାହାଜଟି ସମୁଦ୍ରର ପ୍ରତିକୂଳ ପାଗ ଯୋଗୁ ଦିଗହରା ଓ ବିଶାଳ ବାଲୁକା ଢିପରେ ଭାରସାମ୍ୟ ହରାଇ ଫସି ଯାଇଥିଲା। ପରେ ନାବିକମାନେ ଯେତେ ଚେଷ୍ଟା କଲେ ମଧ୍ୟ ଜାହାଜଟି ପାଣିରେ ବୁଡ଼ିବା ଆରମ୍ଭ କରିଥିଲା। ହେଲେ ଏବେ ବି ଉକ୍ତ ଦୁର୍ଘଟଣାଗ୍ରସ୍ତ ଭେଲଦା ନାମକ ଫରାସୀ ଜାହାଜର ମୂକସାକ୍ଷୀ ଭାବେ ଲୌହମଙ୍ଗ ସମୁଦ୍ରରେ ପାଣି ଖସିବା ବେଳେ ଦେଖିବାକୁ ମିଳୁଛି। ସମୁଦ୍ରରେ ଅଧିକ ଜୁଆର ସମୟରେ ଏହି ଲୌହମଙ୍ଗ ଦେଖାଯାଏ ନାହିଁ। ଅନେକ ସମୟରେ ସ୍ଥାନୀୟ ପାରମ୍ପରିକ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମାଛ ଧରିବା ପାଇଁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ବୋଟ୍‌ଗୁଡ଼ିକ ଦୁର୍ଘଟଣା ହେଉଥିବା ନଜିର ରହିଛି ବୋଲି ଜମ୍ବୁ ଅଞ୍ଚଳର ମତ୍ସ୍ୟଜୀବୀ ଶକ୍ତିପଦ ମିର୍ଦ୍ଧା, ଶଙ୍କର ମଣ୍ଡଳ, ଗୁରୁପଦ ମଣ୍ଡଳ, ଗୌରହରି ଦାସ, ଫନ୍ଦୀ ମଣ୍ଡଳ ପ୍ରମୁଖ କହିଛନ୍ତି। ଏହି ମାଦଳି ମୁହାଣ ଅଞ୍ଚଳଟି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ହୋଇଥିବାରୁ ସମୁଦ୍ର ପଥକୁ ଯିବା ପାଇଁ ମୁଖ୍ୟ ପ୍ରବେଶ ଦ୍ୱାର ବୋଲି କୁହାଯାଇଛି। ତେବେ ୨୦୦୯ରେ ଜାତୀୟ ସାମୁଦ୍ରିକ ବୁଡାଳି ତଥା ସ୍କୁବା ଡାଇଭ୍‌ ସବୀର ବକ୍ସ ବନ ବିଭାଗର ବିନା ଅନୁମତିରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ମାଦଳି ମୁହାଣ ପାଖରେ ବୁଡ଼ି ଯାଇଥିବା ଜାହାଜର ଅନୁସନ୍ଧାନ ପାଇଁ ବୁଡ଼ିଥିଲେ। ବେଆଇନ ଭାବେ ଉକ୍ତ ଅଞ୍ଚଳକୁ ପ୍ରବେଶକୁ ନେଇ ତତ୍‌କାଳୀନ ମହାକାଳପଡ଼ା ରେଞ୍ଜ ଅଧିକାରୀ ମିହିର କୁମାର ପଟ୍ଟନାୟକ ସାମୁଦ୍ରିକ ବୁଡାଳି ସବୀର ବକ୍ସଙ୍କ ନାମରେ ମାମଲା ରୁଜୁ କରିଥିଲେ।
ଫରାସୀ ଜାହାଜ ଏହି ସ୍ଥାନରେ କାହିଁକି ଦୁର୍ଘଟଣା ହେଲା ବ୍ରିଟିଶ ଶାସକମାନେ ଅନୁସନ୍ଧାନ କରିଥିଲେ। କିଛି ଦୂରରେ ଏକ ବିଶାଳ ବାଲୁକା ଆଇଲାଣ୍ଡ ଠାବ କରିଥିଲେ। ପରେ ଏହି ଆଇଲାଣ୍ଡ ଫଲ୍ସ ପଏଣ୍ଟରେ ବିଶାଳ ବାଲୁକା ପାହାଡ଼କୁ ଦେଖି ବତିଘର ବା ଲାଇଟ୍‌ ହାଉସ ନିର୍ମାଣ କରିଥିଲେ। ଏହି ବତିଘର ନିର୍ମାଣ ପରେ ବିଦେଶୀ ମାଲବାହୀ ଜାହାଜ ଓ ଦେଶୀୟ ଜାହାଜଗୁଡ଼ିକ ଲାଇଟ୍‌ ହାଉସ ବତି ଦେଖି ଦିଗ ନିର୍ଣ୍ଣୟ କରି ଯାତାୟାତ କରିଥିଲେ। ଲାଇଟ୍‌ ହାଉସ ନିର୍ମାଣ ପରେ ସମୁଦ୍ରରେ ଜାହାଜ ଦୁର୍ଘଟଣା କମିଯାଇଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଅପରପକ୍ଷରେ ଏହି ଜାହାଜ ଦୁର୍ଘଟଣା ପରେ ଦେଶ ସ୍ବାଧୀନତା ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଦୁର୍ଘଟଣା ହୋଇଥିବା ସ୍ଥାନ ନିରୂପଣ ଉପରେ ଗୁରୁତ୍ୱ ଦେଲେ ନାହିଁ। ପରେ ଅସାଧୁ ବ୍ୟକ୍ତି ଓ ଜଳ ଦସ୍ୟୁମାନେ ଜାହଜର ମୂଲ୍ୟବାନ ଯନ୍ତ୍ରାଂଶ ଚୋରାଇ ନେଇଥିଲେ। ଏ ସଂକ୍ରାନ୍ତରେ ପରିବେଶବିତ୍‌ ସମରେନ୍ଦ୍ର ମାହଳିଙ୍କୁ ପଚାରିବାରେ, ଏହି ବିଦେଶୀ ପଣ୍ୟ ବୋଝେଇ ଜାହାଜ ଦୁର୍ଘଟଣା ଘଟଣା ବଙ୍ଗୋପସାଗର କୂଳ ମାଦଳି ମୁହାଣ ମୂକସାକ୍ଷୀ ପାଲଟିଛି। ୧୯୧୨ରେ ଆଣ୍ଟଲାଟିକ ମହାସାଗରରେ ଟାଇଟାନିକ ଜାହାଜ ଯେପରି ବୁଡ଼ିବାର କାରଣ କ’ଣ ଜାଣିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ହେଉଛି ସେହିପରି ଫରାସୀ ନିର୍ମିତ ଭେଲଦା ବୁଡ଼ିବାର କାରଣ ଖୋଜାଗଲେ ଅନେକ ଐତିହାସିକ ତଥ୍ୟ ପ୍ରକାଶ ପାଇପାରନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୭ ଶହ ୨୨ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri